banner
Breaking

ରାଜ୍ୟରେ ଆଜି ପୁଣି ୪୨୦୯ ପଜିଟିଭ ଚିହ୍ନଟ ଓ ୯ ମୃତ।

0

ଭୁବନେଶ୍ୱର,୧୯ା୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୨୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୭୬୮ ଜଣ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୫,୫୫୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୬୩, କଟକରୁ ୪୯୧ ଓ ପୁରୀରୁ ୩୨୬ , ଅନୁଗୋଳରୁ ୧୦୯, ବାଲେଶ୍ବରରୁ ୧୮୩, ବରଗଡ଼ରୁ ୧୧୬, ଭଦ୍ରକରୁ ୪୩ ଏବଂ ବଲାଙ୍ଗୀରରୁ ୭୮ , ବୌଦ୍ଧରୁ ୫୫, ଦେବଗଡ଼ରୁ ୨୩, ଢେଙ୍କାନାଳରୁ ୮୦, ଗଜପତିରୁ ୪୩, ଗଞ୍ଜାମରୁ ୬୫, ଜଗତସିଂହପୁରରୁ ୧୪୬, ଯାଜପୁରରୁ ୧୭୬, ଝାରସୁଗୁଡାରୁ ୮୦, କଳାହାଣ୍ଡିରୁ ୯୦, କନ୍ଧମାଳରୁ ୧୦୨, କେନ୍ଦ୍ରାପଡାରୁ ୧୨୩, କେନ୍ଦୁଝରରୁ ୭୨, କୋରାପୁଟରୁ ୧୧୪ , ମାଲକାନଗିରିରୁ ୬୩ , ମୟୂରଭଞ୍ଜରୁ ୧୦୭, ନବରଙ୍ଗପୁରରୁ ୧୦୨, ନୟାଗଡରୁ ୪୭, ନୂଆପଡାରୁ ୫୨, ରାୟଗଡାରୁ ୯୨, ସମ୍ବଲପୁରରୁ ୧୫୪, ସୁବର୍ଣ୍ଣପୁରରୁ ୮୩, ସୁନ୍ଦରଗଡ଼ରୁ ୧୨୧ ଏବଂ ଷ୍ଟେଟ ପୁଲରୁ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଅଦ୍ୟାବଧି ୨୭,୧୫,୮୨୨ଟି ନମୁନା ପରୀକ୍ଷଣ ୠ
ହୋଇଛି। ସେଥିରୁ ମୋଟ ୧ ଲକ୍ଷ ୭୫ ହଜାର ୫୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୩୭ହଜାର ୫୬୭ଜଣ ସୁସ୍ଥ ହୋଇଥିବାବେଳେ ୩୭ ହଜାର ୨୩୯ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ତେବେ ଗତକାଲି ୪୧୦୧ ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ବରଗଡ଼ରୁ ୨, ଭଦ୍ରକ, ବଲାଙ୍ଗୀର, କଟକ, ଗଜପତି, ପୁରୀ, ରାୟଗଡ଼ା, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.