banner
Breaking

ରାଜ୍ୟରେ ଆଜି ପୁଣି ୪୨୪୧ ପଜିଟିଭ ଚିହ୍ନଟ ଓ ୧୩ ମୃତ।

0

ଭୁବନେଶ୍ବର,୧୭/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୨୪୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୦୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୭୩୯ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ ୮୪, ବାଲେଶ୍ବରରୁ ୧୪୧, ବରଗଡ଼ରୁ ୧୪୯, ଭଦ୍ରକରୁ ୭୨, ବଲାଙ୍ଗୀରରୁ ୪୪, ବୌଦ୍ଧରୁ ୯୪, କଟକରୁ ୩୮୯, ଦେବଗଡ଼ରୁ ୬, ଢ଼େଙ୍କାନାଳରୁ ୮୬, ଗଜପତିରୁ ୨୩, ଗଞ୍ଜାମରୁ ୭୫, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୫୦, ଝାରସୁଗୁଡାରୁ ୧୧୧, କଳାହାଣ୍ଡିରୁ ୧୧୪, କନ୍ଧମାଳରୁ ୧୧୬, କେନ୍ଦ୍ରାପଡାରୁ ୧୦୩, କେନ୍ଦୁଝରରୁ ୭୭, ଖୋର୍ଦ୍ଧାରୁ ୬୪୭, କୋରାପୁଟରୁ ୯୮ ଏବଂ ମାଲକାନଗିରିରୁ ୨୮, ମୟୂରଭଞ୍ଜରୁ ୧୪୭, ନବରଙ୍ଗପୁରରୁ ୧୦୭, ନୟାଗଡରୁ ୯୪, ନୂଆପଡାରୁ ୯୯, ପୁରୀରୁ ୨୯୧, ରାୟଗଡାରୁ ୬୬, ସମ୍ବଲପୁରରୁ ୯୧, ସୁବର୍ଣ୍ଣପୁରରୁ ୧୨୯,ସୁନ୍ଦରଗଡ଼ରୁ ୧୫୪ ଏବଂ ଷ୍ଟେଟପୁଲରୁ ୩୩୦ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଅଦ୍ୟାବଧି ୨୬ ଲକ୍ଷ ୧୯ ହଜାର ୬୦୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିରୁ ମୋଟ ୧ ଲକ୍ଷ ୬୭ ହଜାର ୧୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୯ହଜାର୮୫୯ ଜଣ ସୁସ୍ଥ ହୋଇଥିବାବେଳେ ୩୬ହଜାର ୫୮୦ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟରେ ଗୁରୁବାର ଆଉ ୧୩ଜଣ କରୋନା ଆକ୍ରନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୬୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମୃତକଙ୍କ ମଧ୍ୟରେ ପୁରୀ ଜିଲ୍ଲାରୁ ୪ଜଣ, ଭୁବନେଶ୍ବରରୁ ୩, ଖୋର୍ଦ୍ଧାରୁ ୧, ଗଜପତିରୁ ୨, ସୁବର୍ଣ୍ଣପୁର, କଟକ, ବାଲେଶ୍ବରରୁ ଜଣେ ଲେଖାଏଁ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.