banner
Breaking

ରାଜ୍ୟରେ ଆଜି ପୁଣି ୪୨୭୦ ପଜିଟିଭ ଚିହ୍ନଟ ଓ ୧୧ ମୃତ।

0

ଭୁବନେଶ୍ବର,୧୬/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ବୁଧବାର ରାଜ୍ୟର ୩୦ଟି ଜିଲ୍ଲାରୁ ୪୨୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୨୪୭୮ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୭୯୨ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ​​। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୋଳରୁ ୧୪୭, ବାଲେଶ୍ବରରୁ ୧୫୦, ବରଗଡ଼ରୁ ୧୮୩, ଭଦ୍ରକରୁ ୫୫ , ବଲାଙ୍ଗୀରରୁ ୯୭ , ବୌଦ୍ଧରୁ ୨୨, କଟକରୁ ୩୭୪, ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୬୩, ଗଜପତିରୁ ୫୮, ଗଞ୍ଜାମରୁ ୬୮, ଜଗତସିଂହପୁରରୁ ୧୮୮, ଯାଜପୁରରୁ ୧୬୨, ଝାରସୁଗୁଡାରୁ ୧୨୧, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୭୩, କେନ୍ଦ୍ରାପଡାରୁ ୯୯, କେନ୍ଦୁଝରରୁ ୮୭, କୋରାପୁଟରୁ ୮୩ ଓ ମାଲକାନଗିରିରୁ ୬୪, ମୟୂରଭଞ୍ଜରୁ ୧୩୧, ନବରଙ୍ଗପୁରରୁ ୮୬, ନୟାଗଡ଼ରୁ ୪୭,ନୂଆପଡାରୁ ୧୧୯, ପୁରୀରୁ ୨୮୭, ରାୟଗଡାରୁ ୮୦, ସମ୍ବଲପୁରରୁ ୧୧୪, ସୁବର୍ଣ୍ଣପୁରରୁ ୭୪, ସୁନ୍ଦରଗଡରୁ ୩୮ ଏବଂ ଷ୍ଟେଟ ପୁଲରୁ ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଅଦ୍ୟାବଧି ୨୫ ଲକ୍ଷ ୬୭ ହଜାର ୭୭୭ଟି ନମୂନା ପରୀକ୍ଷଣ ହୋଇଛି।ସେଥିରୁ ମୋଟ ୧ ଲକ୍ଷ ୬୨ ହଜାର ୯୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୪୭୩ ଥିବା​​‌ବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୩୮ରେ ପହଞ୍ଚିଛି।

ଅନ୍ୟ ପକ୍ଷରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ବୁଧବାର ରାଜ୍ୟରୁ ୧୧ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ପୁରୀ ଏବଂ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୨ ଜଣ, ସୁନ୍ଦରଗଡ, ମୟୁରଭଞ୍ଜ ଏବଂ କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.