banner
Breaking

ରାଜ୍ୟରେ ଆଜି ପୁଣି ୩୬୪୫ ପଜିଟିଭ ଚିହ୍ନଟ ଓ ୮ ମୃତ।

0

ଭୁବନେଶ୍ୱର,୧୫/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୬୪୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୫୧ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ରେ ପହଞ୍ଚିଛି। ସେଥିରୁ ୧,୨୨,୦୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୫,୯୨୮ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୧୭ । ଅନୁଗୁଳରୁ ୩୯, ବାଲେଶ୍ୱର ୧୫୬, ବରଗଡ଼ ୧୫୭, ଭଦ୍ରକ ୧୪୩, ବଲାଙ୍ଗୀର ୩୯, ବୌଦ୍ଧ ୩୦, କଟକ ୩୫୭, ଦେଓଗଡ଼ ୧୫, ଢେଙ୍କାନାଳ ୬୮, ଗଜପତି ୯, ଗଞ୍ଜାମ ୪୬, ଜଗତସିଂହପୁର ୯୫, ଯାଜପୁର ୧୧୬, ଝାରସୁଗୁଡ଼ା ୯୧, କଳାହାଣ୍ଡି ୭୯, କନ୍ଧମାଳ ୯୫, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୫୬, କୋରାପୁଟ ୯୫, ମାଲକାନଗିରି ୩୩, ମୟୁରଭଞ୍ଜ ୧୩୭, ନବରଙ୍ଗପୁର ୯୦, ନୟାଗଡ଼ ୩୮, ନୂଆପଡ଼ା ୯୦, ପୁରୀ ୨୪୬, ରାୟଗଡ଼ା ୭୯, ସମ୍ବଲପୁର ୧୨୭, ସୋନପୁର ୯୯, ସୁନ୍ଦରଗଡ଼ ୮୪ ଜଣ ଚିହ୍ନଟ ହୋଇଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟରେ ମଙ୍ଗଳବାର କରୋନା ଆଉ ୮ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୪୫କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି କରୋନାରେ ୮ ଜଣ ମୃତକଙ୍କ ମଧ୍ୟରୁ କଟକ ଜିଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ବୌଦ୍ଧ, ରାୟଗଡା, କନ୍ଧମାଳ, ସୁବର୍ଣ୍ଣପୁର ଓ ସମ୍ବଲପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.