banner
Breaking

ରାଜ୍ୟରେ ଆଜି ପୁଣି ୪୧୯୮ ପଜିଟିଭ ଚିହ୍ନଟ ଓ ୧୧ ମୃତ।

0

ଭୁବନେଶ୍ୱର,୧୪/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ନୂଆ ୪୧୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୭୬ଜଣ ଚିହ୍ନଟ ହୋଇଥିଲାବେଳେ ୧୭୨୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫କୁ ବୃଦ୍ଧି ପାଇଛି। ସେଥିରୁ ୧,୧୮,୬୪୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୫,୬୭୩ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ ଜିଲାରୁ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ରୁ ୭୫୮ ସର୍ବାଧିକ। ଅନୁଗୁଳରୁ ୧୦୮, ବାଲେଶ୍ୱରରୁ ୧୩୦, ବରଗଡ଼ ୯୫, ଭଦ୍ରକ ୫୩, ବଲାଙ୍ଗୀର ୧୯୭, ବୌଦ୍ଧ ୧୯, କଟକ ୩୬୭, ଦେଓଗଡ଼ ୩୪, ଢେଙ୍କାନାଳ ୮୦, ଗଜପତି ୧୪, ଗଞ୍ଜାମ ୪୪, ଜଗତସିଂହପୁର ୯୭, ଯାଜପୁର ୧୫୬, ଝାରସୁଗୁଡ଼ା ୯୫, କଳାହାଣ୍ଡି ୯୩, କନ୍ଧମାଳ ୭୮, କେନ୍ଦ୍ରାପଡ଼ା ୧୪୩, କେନ୍ଦୁଝର ୬୩, କୋରାପୁଟ ୯୯, ମାଲକାନଗିରି ୨୨, ମୟୁରଭଞ୍ଜ ୧୩୩, ନବରଙ୍ଗପୁର ୯୮, ନୟାଗଡ଼ ୪୩, ନୂଆପଡ଼ା ୧୧୬, ପୁରୀ ୩୧୦, ରାୟଗଡ଼ା ୧୩୬, ସମ୍ବଲପୁର ୧୩୦, ସୋନପୁର ୭୪, ସୁନ୍ଦରଗଡ଼ରୁ ୧୯୫ ଚିହ୍ନଟ ହୋଇଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟରେ ଆଜି ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୩୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି କଟକରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧା ଓ ବଲାଙ୍ଗିରରୁ ୨ ଜଣ ଲେଖାଏଁ, କନ୍ଧମାଳ, ନୟାଗଡ,ମୟୂରଭଞ୍ଜ, ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.