banner
Breaking

ରାଜ୍ୟରେ ଆଜି ପୁଣି ୩୯୧୩ ପଜିଟିଭ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ଵର,୧୩/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୯୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୪୮ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୧୫୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୫୬ଜଣ । ଅନୁଗୁଳରୁ ୧୦୩, ବାଲେଶ୍ୱର ୧୩୪, ବରଗଡ଼ ୧୪୬, ଭଦ୍ରକ ୧୨୩, ବଲାଙ୍ଗୀର ୧୪୨, ବୌଦ୍ଧ ୬୧, କଟକ ୩୮୨, ଦେଓଗଡ଼ ୧୫, ଢେଙ୍କାନାଳ ୭୪, ଗଜପତି ୧୬, ଗଞ୍ଜାମ ୮୬,ଜଗତସିଂହପୁର ୧୦୮, ଯାଜପୁର ୧୨୮, ଝାରସୁଗୁଡ଼ା ୧୬୨, କଳାହାଣ୍ଡି ୬୦, କନ୍ଧମାଳ ୮୬, କେନ୍ଦ୍ରାପଡ଼ା ୧୫୬, କେନ୍ଦୁଝର ୭୬, କୋରାପୁଟ ୧୦୦, ମାଲକାନଗିରି ୬୮, ମୟୁରଭଞ୍ଜ ୧୪୭, ନବରଙ୍ଗପୁର ୧୧୨, ନୟାଗଡ଼ ୬୦, ନୂଆପଡ଼ା ୧୨୮, ପୁରୀ ୨୧୨, ରାୟଗଡ଼ା ୯୮, ସମ୍ବଲପୁର ୧୪୧, ସୋନପୁର ୯୧, ସୁନ୍ଦରଗଡ଼ ୩୫ଜଣ ଓ ଷ୍ଟେଟ ପୁଲରୁ ୧୦୭ଜଣ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ ୨୩ ହଜାର ୧୨୪ କରୋନା ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧ ଲକ୍ଷ ୫୦ ହଜାର ୮୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେଥିମଧ୍ୟରୁ ୧ ଲକ୍ଷ ୧୫ ହଜାର ୨୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୨୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ୩୪ ହଜାର ୮୪୯ ଜଣ  କରୋନା
ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କଟକରୁ ୨, ଗଞ୍ଜାମ, ବାଲେଶ୍ୱର, କଳାହାଣ୍ଡି, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.