banner
Breaking

ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସା°ସଦ ରମେଶ ମାଝୀଙ୍କୁ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ସ୍ତାନାନ୍ତର।

0

ଜୟପୁର,୧୨।୯(ଓଡ଼ିଆ ନ୍ୟୁଜ): ରାଜ୍ୟ ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇବା ଯୋଗୁ ତାଙ୍କୁ ଶନିବାର ପୂର୍ବାହ୍ନରେ ଜୟପୁର କୋଭିଡ୍‌ ଚିକିତ୍ସାଳୟରୁ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ତାଙ୍କ ସ୍ବାମୀ ପୋଲିସ କର୍ମଚାରୀ ସଦାଶିବ ଦିଆନ ମଧ୍ୟ କାରୋନାରେ ଆକ୍ରାନ୍ତ ହୋଇଥିବା ଯୋଗୁ ଉଭୟଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ, ଗତ ୩ ତାରିଖରୁ ମନ୍ତ୍ରୀ ଦିଆନ କାରୋନାରେ ଆକ୍ରନ୍ତ ହୋଇ କୋଟପାଡ଼ ସହରସ୍ଥିତ ନିଜ ବାସଭବନରେ ଆଇସୋଲେଶନରେ ରହି ଚିକିତ୍ସିତ ହେଉଥିଲେ । ଗତ ଶୁକ୍ରବାର ରାତିରେ ମନ୍ତ୍ରୀ ଅସୁସ୍ଥତା ଅନୁଭବ କରିବା ସହ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଜୟପୁର କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।


ସେହିପରି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ପରାମର୍ଶ ନେଇ ହୋମ ଆଇସୋଲସେନରେ ଉମରକୋଟ ନିଜ ବାସଭବନରେ ରହୁଥିଲେ। ଗତ କାଲି ରାତ୍ରିରେ ସେ ଟିକେ ଅସୁସ୍ଥତା ଅନୁଭବ କରିବାରୁ ଆଜି ସକାଳରେ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ନବରଙ୍ଗପୁର କୋଭିଡ ହସ୍ପିଟାଲରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ସାଂସଦଙ୍କୁ ପରବର୍ତୀ ଚିକିତ୍ସା ପାଇଁ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ତାଙ୍କ ସାନ ଭାଇ ତଥା ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.