banner
Breaking

ରାଜ୍ୟରେ ଆଜି ପୁଣି ୩୭୭୭ ପଜିଟିଭ ଚିହ୍ନଟ ଓ ୧୧ ମୃତ।

0

ଭୁବନେଶ୍ୱର,୧୨/୯(ଓଡ଼ିଆ ନ୍ୟୁଜ) ରାଜ୍ୟରେ ଆଜି ପୁଣି ୩୭୭୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୯୧ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫୮୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୬,୮୯୪କୁ ବୃଦ୍ଧି ପାଇଛି। ସେଥିରୁ ୧,୧୨,୦୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବର ବେଳେ ୩୪,୧୬୩ ଚିକିତ୍ସିତ ହେଉଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଶନିବାର ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୧୫, କଟକରୁ ୩୬୮, ପୁରୀରୁ ୨୩୭, କେନ୍ଦ୍ରାପଡ଼ାରୁ ୧୪୮, ସୁନ୍ଦରଗଡ଼ରୁ ୧୪୮, ବରଗଡ଼ରୁ ୧୩୯, ଯାଜପୁରରୁ ୧୩୩, ବାଲେଶ୍ୱରରୁ ୧୨୭, ଅନୁଗୁଳରୁ ୧୧୫, ସମ୍ବଲପୁରରୁ ୧୧୨, ନବରଙ୍ଗପୁରରୁ ୧୦୭, ଜଗତସିଂହପୁରରୁ ୧୦୦, କୋରାପୁଟରୁ ୯୮, କେନ୍ଦୁଝରରୁ ୭୮, ରାୟଗଡ଼ାରୁ ୭୫, ନୂଆପଡ଼ାରୁ ୭୩, ସୋନପୁରରୁ ୭୨, ନୟାଗଡ଼ରୁ ୭୧, ଝାରସୁଗୁଡ଼ାରୁ ୭୦, କଳାହାଣ୍ଡିରୁ ୭୦, ଭଦ୍ରକରୁ ୬୭, ଢ଼େଙ୍କାନାଳରୁ ୬୭, ଗଞ୍ଜାମରୁ ୫୮, ମୟୁରଭଞ୍ଜରୁ ୫୮, ବଲାଙ୍ଗୀରରୁ ୫୧, କନ୍ଧମାଳରୁ ୪୯, ବୌଦ୍ଧରୁ ୨୬, ମାଲକାନଗିରିରୁ ୨୬, ଦେଓଗଡ଼ରୁ ୧୪, ଗଜପତିରୁ ୧୩ଜଣ ଓ ଷ୍ଟେଟ ପୁଲରୁ ୧୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟରେ ଆଉ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ କଟକରୁ ୩, ଭୁବନେଶ୍ୱରରୁ ୨, ବଲାଙ୍ଗୀର, ଜୟପୁର, କନ୍ଧମାଳ, କେନ୍ଦୁଝର, ନୟାଗଡ଼, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.