banner
Breaking

ରାଜ୍ୟରେ ଆଜି ପୁଣି ୩୯୯୧ ପଜିଟିଭ ଚିହ୍ନଟ ଓ ୧୧ ମୃତ।

0

ଭୁବନେଶ୍ୱର,୧୦/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧୫ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୭୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧କୁ ବୃଦ୍ଧି ପାଇଛି। ସେଥିରୁ ମୋଟ ଉପରେ ୧,୦୫,୨୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବର ବେଳେ ୩୩,୧୮୨ଚିକିତ୍ସିତ ହେଉଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୮୭। ଅନୁଗୁଳରୁ ୧୧୪, ବାଲେଶ୍ୱର ୭୪, ବରଗଡ଼ ୧୬୯, ଭଦ୍ରକ ୮୨, ବଲାଙ୍ଗୀର ୧୮୦, ବୌଦ୍ଧ ୪୧, କଟକ ୩୯୨, ଦେଓଗଡ଼ ୧୮, ଢେଙ୍କାନାଳ ୧୦୧, ଗଜପତି ୧୮, ଗଞ୍ଜାମ ୯୫,ଜଗତସିଂହପୁର ୧୦୯, ଯାଜପୁର ୧୪୮, ଝାରସୁଗୁଡ଼ା ୪୯, କଳାହାଣ୍ଡି ୭୪, କନ୍ଧମାଳ ୫୭, କେନ୍ଦ୍ରାପଡ଼ା ୧୪୭, କେନ୍ଦୁଝର ୮୧, କୋରାପୁଟ ୧୨୭, ମାଲକାନଗିରି ୧୯, ମୟୁରଭଞ୍ଜ ୧୬୦, ନବରଙ୍ଗପୁର ୧୨୫, ନୟାଗଡ଼ ୪୮, ନୂଆପଡ଼ା ୯୬, ପୁରୀ ୩୩୨, ରାୟଗଡ଼ା ୫୮, ସମ୍ବଲପୁର ୧୦୪, ସୋନପୁର ୭୪, ସୁନ୍ଦରଗଡ଼ ୯୮ ଚିହ୍ନଟ ହୋଇଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟରେ ଗୁରୁବାର କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୯୧କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଆଜି କରୋନାରେ ୧୧ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, କଟକ ଓ ପୁରୀ ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଗଞ୍ଜାମ, କୋରାପୁଟ, ନୟାଗଡ, ରାୟଗଡ଼ା ଓ ଭଦ୍ରକ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.