banner
Breaking

ରାଜ୍ୟରେ ଆଜି ପୁଣି ୩୭୪୮ ପଜିଟିଭ ଚିହ୍ନଟ ଓ ୧୧ ମୃତ।

0

ଭୁବନେଶ୍ବର,୯/୯(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୩୭୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨୧୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୫୩୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୫ ହଜାର ୧୩୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବୁଧବାର ରାଜ୍ୟର ୩୦ଟି ଜିଲ୍ଲାରୁ ଚିହ୍ନଟ ଏହି ୩୭୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ ୫୭, ବାଲେଶ୍ବରରୁ ୧୦୩, ବରଗଡ଼ରୁ ୯୨,  ଭଦ୍ରକରୁ ୪୬ ଏବଂ ବଲାଙ୍ଗୀରରୁ ୧୬୩ , ବୌଦ୍ଧରୁ ୫୮, କଟକରୁ ୩୯୨, ଦେବଗଡ଼ରୁ ୨୪, ଢେଙ୍କାନାଳରୁ ୬୫, ଗଜପତିରୁ ୩୩, ଗଞ୍ଜାମରୁ ୭୧, ଜଗତସିଂହପୁରରୁ ୯୪, ଯାଜପୁରରୁ ୧୪୦, ଝାସୁଗୁଡାରୁ ୭୦, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୮୫, କେନ୍ଦ୍ରାପଡାରୁ ୧୧୬, କେନ୍ଦୁଝରରୁ ୬୩, ଖୋର୍ଦ୍ଧାରୁ ୬୧୫, କୋରାପୁଟରୁ ୯୭ ଓ ମାଲକାନଗିରିରୁ ୨୧ , ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୧୨୧, ନୟାଗଡ଼ରୁ ୬୯, ନୂଆପଡାରୁ ୧୦୭, ପୁରୀରୁ ୩୮୭, ରାୟଗଡାରୁ ୮୨, ସମ୍ବଲପୁରରୁ ୭୯, ସୁବର୍ଣ୍ଣପୁରରୁ ୧୨୪, ସୁନ୍ଦରଗଡ଼ରୁ ୧୫୭ ଏବଂ ଷ୍ଟେଟ ପୁଲରୁ ୧୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆଜି ଦିନକରେ ୪୧ ହଜାର ୫୯୫ କୋଭିଡ଼ ନମୁନା ପରୀକ୍ଷା କରାଯିବା ସହ ମୋଟ୍  ୨୨,୨୬,୪୩୬ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୧ ଲକ୍ଷ ୩୫ ହଜାର ୧୩୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ୨୭୮୭ଜଣ ଆରୋଗ୍ୟ ଲାଭ କରିବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨ ହଜାର ୧୮୫କୁ ବୃଦ୍ଧି ପାଇଛି। ୩୨ ହଜାର ୩୧୨ ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟରେ ବୁଧବାର ଆଉ ୧୧ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଆଜି ଗଞ୍ଜାମ ଜିଲ୍ଲାରୁ  ୪ଜଣ, ଭୁବନେଶ୍ବରରୁ ୨ ସମେତ ଖୋର୍ଦ୍ଧାରୁ ୩ ଜଣ, ବଲାଙ୍ଗୀର, କନ୍ଧମାଳ, କେନ୍ଦୁଝର ଓ ପୁରୀରୁ ଜଣେ ଲେଖାଏଁ କାରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.