banner
Breaking

ରାଜ୍ୟରେ ଆଜି ପୁଣି ୩୪୯୦ ପଜିଟିଭ ଚିହ୍ନଟ ଓ ୧୩ ମୃତ।

0

ଭୁବନେଶ୍ୱର,୮/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୪୯୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୦୯୪ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧,୩୯୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୩୮, ବାଲେଶ୍ୱର ୯୨, ବରଗଡ଼ ୮୧, ଭଦ୍ରକ ୮୯, ବଲାଙ୍ଗୀର ୧୧୦, ବୌଦ୍ଧ ୨୫, କଟକ ୩୭୬, ଦେଓଗଡ଼ ୨୭, ଢେଙ୍କାନାଳ ୮୧, ଗଜପତି ୫୩, ଗଞ୍ଜାମ ୬୯, ଜଗତସିଂହପୁର ୯୧, ଯାଜପୁର ୧୭୮, ଝାରସୁଗୁଡ଼ା ୧୦୩, କଳାହାଣ୍ଡି ୩୯, କନ୍ଧମାଳ ୮୪, କେନ୍ଦ୍ରାପଡ଼ା ୮୫, କେନ୍ଦୁଝର ୫୫, କୋରାପୁଟ ୯୩, ମାଲାକନଗିରି୨୨, ମୟୁରଭଞ୍ଜ ୨୦୭, ନବରଙ୍ଗପୁର ୪୦, ନୟାଗଡ଼ ୩୪, ନୂଆପଡ଼ା ୧୦୨, ପୁରୀ ୨୧୭, ରାୟଗଡ଼ା ୨୦୬, ସମ୍ବଲପୁର ୮୫, ସୋନପୁର ୧୦୭, ସୁନ୍ଦରଗଡ଼ ୬୪ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୧ଲକ୍ଷ ୮୪ ହଜାର ୮୪୧ଟି ନମୁନା ପରୀକ୍ଷଣ ହୋଇଛି। ସେଥିରୁ ୧ଲକ୍ଷ ୩୧ ହଜାର ୩୮୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୯୯,୩୯୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୧,୩୬୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୬୯କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି କରୋନାରେ ୧୩ ଜଣ ମୃତକଙ୍କ ମଧ୍ୟରୁ ପୁରୀ ଜିଲାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ, ରାୟଗଡ଼ା ଓ ମୟୁରଭଞ୍ଜ ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଭୁବନେଶ୍ବର, କଟକ, କନ୍ଧମାଳ ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.