banner
Breaking

ରାଜ୍ୟରେ ଆଜି ପୁଣି ୩୮୧୦ ପଜିଟିଭ ଚିହ୍ନଟ ଓ ୮ ମୃତ।

0

ଭୁବନେଶ୍ୱର,୬/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୮୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨୮୬ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫୨୪ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୦୩୧ବୃଦ୍ଧି ହୋଇଥିବା ବେଳେ ୯୩,୭୭୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୯,୬୫୮ ସକ୍ରିୟ କେସ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳୁଛି।

ରବିବାର ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୯୭, ଅନୁଗୁଳରୁ ୭୩, ବାଲେଶ୍ୱର ୧୨୦, ବରଗଡ଼ରୁ ୩୯୬, ଭଦ୍ରକ ୧୦୭, ବଲାଙ୍ଗୀର ୪୩, ବୌଦ୍ଧ ୨୯, କଟକ ୩୨୨, ଦେଓଗଡ଼ ୭, ଢେଙ୍କାନାଳ ୫୧, ଗଜପତି ୨୦, ଗଞ୍ଜାମ ୧୦୮, ଜଗତସିଂହପୁର ୬୭, ଯାଜପୁର ୨୫୨, ଝାରସୁଗୁଡ଼ା ୧୯୨, କଳାହାଣ୍ଡି ୫୭, କନ୍ଧମାଳ ୪୫, କେନ୍ଦ୍ରାପଡ଼ା ୧୦୩, କେନ୍ଦୁଝର ୮୪, କୋରାପୁଟ ୮୪, ମାଲକାନଗିରି ୩୭, ମୟୁରଭଞ୍ଜ ୧୪୨, ନବରଙ୍ଗପୁର ୭୮, ନୟାଗଡ଼ ୬୨, ନୂଆପଡ଼ା ୯୩, ପୁରୀ ୧୧୭, ରାୟଗଡ଼ା ୧୦୧, ସମ୍ବଲପୁର ୮୩, ସୋନପୁର ୧୦୬, ସୁନ୍ଦରଗଡ଼ ୩୪ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆଜି କରୋନା ଆଉ ୮ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୪୬କୁ ବୃଦ୍ଧି ହୋଇଛି।ଆଜି କରୋନାରେ ୮ ଜଣ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୪ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଖୋର୍ଦ୍ଧା, କୋରାପୁଟ, ରାୟଗଡା ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.