banner
Breaking

ରାଜ୍ୟରେ ଆଜି ପୁଣି ୩୫୪୩ ପଜିଟିଭ ଚିହ୍ନଟ ଓ ୭ ମୃତ।

0

ଭୁବନେଶ୍ଵର,୫/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୫୪୩ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨୧୬୧ଜଣ ଚିହ୍ନଟ ହୋଇଥିବାବେଳେ ୧୩୮୨ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୨୨୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଶନିବାର ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮୭୮, ମୟୁରଭଞ୍ଜରୁ ୩୨୬, କଟକରୁ ୨୯୫, ବରଗଡ଼ରୁ ୨୭୪, ଯାଜପୁରରୁ ୨୦୬, ବାଲେଶ୍ୱରରୁ ୧୫୩, ଗଞ୍ଜାମରୁ ୧୦୨, ସୋନପୁରରୁ ୯୯, ନୂଆପଡ଼ାରୁ ୯୮, କୋରାପୁଟରୁ ୯୦, ଝାରସୁଗୁଡ଼ାରୁ ୮୭, ଜଗତସିଂହପୁରରୁ ୮୫, ସମ୍ବଲପୁରରୁ ୮୩, ଢ଼େଙ୍କାନାଳରୁ ୬୯, ଅନୁଗୁଳରୁ ୬୮, ବୌଦ୍ଧରୁ ୬୭, ରାୟଗଡ଼ାରୁ ୬୭, ପୁରୀରୁ ୬୧, ସୁନ୍ଦରଗଡ଼ରୁ ୫୬, ଭଦ୍ରକରୁ ୫୦, କେନ୍ଦ୍ରାପଡ଼ାରୁ ୪୮, କେନ୍ଦୁଝରରୁ ୪୪, କନ୍ଧମାଳରୁ ୩୮, ବଲାଙ୍ଗୀରରୁ ୩୭, କଳାହାଣ୍ଡିରୁ ୩୭, ନୟାଗଡ଼ରୁ ୩୪, ନବରଙ୍ଗପୁରରୁ ୩୩, ଜପତିରୁ ୨୯, ମାଲକାନଗିରିରୁ ୨୫, ଦେଓଗଡ଼ରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଅଦ୍ୟାବଧି ୨୦,୪୮,୦୦୮ଟି ନମୁନା ପରୀକ୍ଷଣ ହୋଇଛି । ସେଥିରୁ ମୋଟ ୧ ଲକ୍ଷ ୨୦ ହଜାର ୨୨୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୦ ହଜାର ୩୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୯ ହଜାର ୨୯୯ଟି ଆକ୍ଟିଭ୍‌ କେସ୍‌ ରହିଛି।
ରାଜ୍ୟରେ ଆଜି ଆଉ ୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି। ଆଜି ଭୁବନେଶ୍ଵର, ଗଞ୍ଜାମ, ବଲାଙ୍ଗୀର, କଟକ, ଖୋର୍ଦ୍ଧା, ମାଲକାନଗିରି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.