banner
Breaking

ରାଜ୍ୟରେ ଆଜି ଆଉ ୩୨୬୭ ପଜିଟିଭ ଚିହ୍ନଟ ଓ ୯ ମୃତ।

0

ଭୁବନେଶ୍ଵର,୪/୯(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ଆଉ ୩୨୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୯୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୦୬ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୭୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୯ ଜଣ, ବରଗଡ ଜିଲ୍ଲାରୁ ୧୨୦ ଜଣ, ଭଦ୍ରକ ଜିଲ୍ଲାରୁ ୧୩୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୩ ଜଣ, ବୌଦ୍ଧ ଜିଲ୍ଲାରୁ ୪୪ ଜଣ, କଟକ ଜିଲ୍ଲାରୁ ୩୮୪ ଜଣ, ଦେଓଗଡ଼ ଜିଲ୍ଲାରୁ ୨୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୮ ଜଣ, ଗଜପତି ଜିଲ୍ଲାରୁ ୧୮ ଜଣ, ଗଞ୍ଜାମ ଜିଲ୍ଲାରୁ ୯୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୬ ଜଣ, ଯାଜପୁର ଜିଲ୍ଲାରୁ ୨୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୭ ଜଣ, କନ୍ଧମାଳ ଜିଲ୍ଲାରୁ ୨୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ୫୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୫୯ ଜଣ, କୋରାପୁଟ ଜିଲ୍ଲାରୁ ୮୩ ଜଣ, ମାଲକାନଗିରି ଜିଲ୍ଲାରୁ ୧୭ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୫ ଜଣ, ନୟାଗଡ ଜିଲ୍ଲାରୁ ୭୦ ଜଣ, ନୂଆପଡ଼ା ଜିଲ୍ଲାରୁ ୪୦ ଜଣ, ପୁରୀ ଜିଲ୍ଲାରୁ ୨୩୫ ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୯ ଜଣ, ସମ୍ବଲପୁର ଜିଲ୍ଲାରୁ ୮୦ ଜଣ, ସୋନପୁର ଜିଲ୍ଲାରୁ ୬୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୭ ଜଣ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୯ ଲକ୍ଷ ୯୭ ହଜାର ୩୪୫ ଟି ନମୁନା ପରୀକ୍ଷଣ ହୋଇଛି।ସେଥିରୁ ମୋଟ ୧ ଲକ୍ଷ ୧୬ ହଜାର ୬୭୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୭,୩୫୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୮,୭୪୩ ସକ୍ରିୟ କେସ ରହିଛି।

ଆଜି ରାଜ୍ୟରେ ଆଉ ୦୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୫୩୧ରେ ପହଞ୍ଚିଛି। ୯ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨ ଜଣ, କଟକ ଜିଲ୍ଲାରୁ ଦୁଇ ଜଣ, ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ , ରାୟଗଡ଼ା ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.