banner
Breaking

ରାଜ୍ୟରେ ଆଜି ପୁଣି ୩୨୧୯ ପଜିଟିଭ ଚିହ୍ନଟ ଓ ୧୧ ମୃତ।

0

ଭୁବନେଶ୍ବର,୨/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୩୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୧୨୮୮ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବୁଧବାର ୨୯ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୩୧ ଜଣ ରହିଥିବା ବେଳେ କଟକରୁ ୪୦୦ , ଗଞ୍ଜାମରୁ ୧୬୯, କେନ୍ଦ୍ରାପଡାରୁ ୫୭, ବାଲେଶ୍ବରରୁ ୧୯୪, କୋରାପୁଟରୁ ୯୦, ନୟାଗଡରୁ ୬୨, ମାଲକାନଗିରିରୁ ୧୩, ମୟୁରଭଞ୍ଜରୁ ୧୩୭, ସମ୍ବଲପୁରରୁ ୭୮, ବରଗଡରୁ ୧୮୫, ବଲାଙ୍ଗୀରରୁ ୧୦, ଭଦ୍ରକରୁ ୮୭, ଅନୁଗୁଳରୁ ୬୬, ବୌଦ୍ଧରୁ ୩୬, ଢେଙ୍କାନାଳରୁ ୩୭, ଗଜପତିରୁ ୨୭, ଜଗତସିଂପୁରରୁ ୬୦, ଯାଜପୁରରୁ ୧୧୭, ଝାରସୁଗୁଡାରୁ ୬୦, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୩୨, କେନ୍ଦୁଝରରୁ ୧୦୨, ନବରଙ୍ଗପୁରରୁ ୫୫, ପୁରୀରୁ ୨୧୭, ରାୟଗଡାରୁ ୨୫, ସୋନପୁରରୁ ୨୬, ସୁନ୍ଦରଗଡରୁ ୬୦ ଜଣ ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷ ୯୧ ହଜାର ୯୯ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧ ଲକ୍ଷ ୯ ହଜାର ୭୮୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ହଜାର ୭୭୦ ଜଣ ସୁସ୍ଥ ହୋଇଥିବା ବେଳେ ୫୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୨୮ ହଜାର ୪୪୩ ଜଣ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ ଆଜି ପୁଣି ୧୧ ଜଣଙ୍କ ଜୀବନ ନେଇଛି କରୋନା।ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୪ ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଜି ୧୧ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪ ଜଣ ରହିଥିବା ବେଳେ ଭୁବନେଶ୍ଵରରୁ ୨ ଜଣ ରହିଛନ୍ତି। ସେହିପରି ଭଦ୍ରକ,ସମ୍ବଲପୁର, ରାୟଗଡ଼ା,ପୁରୀ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ମୃତକ ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.