banner
Breaking

ହାରିବ କରୋନା ଜିତିବ ଓଡିଶା। ଆଉ ଦୁଇ ସୁସ୍ଥ।

0

ଭୁବନେଶ୍ବର : ହାରିବ କରୋନା ଜିତିବ ଓଡିଶା। ଏ ନାରା ଧିରେ ଧିରେ ସତ୍ୟତା ଆଡକୁ ଅଗ୍ରସର ହେଉଛି। କାରଣ ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକୁ ଛାଡିଦେଲେ ୨୧ ଜଣ ସୁସ୍ଥ ହେଲେଣି ଅନ୍ୟ ମାନଙ୍କ ଅବସ୍ଥା ପ୍ରାୟ ଭଲ ଅଛି। ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ଆଉ ଦୁଇ ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଉଭୟ ଭୁବନେଶ୍ବରର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହି ଦୁଇ ଜଣଙ୍କୁ ମିଶାଇ ମୋଟ ୨୧ ଜଣ ସୁସ୍ଥ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟରେ ମୋଟ ୬୦ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ସେଥିରୁ ଜଣଙ୍କର ମୃତ୍ୟୁ ଘଟିଛି। ୨୧ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୩୮ ଜଣ ଚିକିତ୍ସଧୀନ ରହିଛନ୍ତି। ଭୁବନେଶ୍ବର କରୋନା ହଟସ୍ପଟ ହୋଇଥିବା ବେଳେ ରାଜ୍ୟ ସରକାର ପ୍ରଭାବିତ ଅଂଚଳକୁ ସିଲ କରିବା ସହ ରୋଗୀଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସଂଗରୋଧ କରିଥିଲା। ପରୀକ୍ଷା ପରେ ସେଥିରୁ କରୋନା ଆକ୍ରାନ୍ତ ହେଉଥିବା ରୋଗୀଙ୍କୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.