banner
Breaking

ରାଜ୍ୟରେ ଆଜି ପୁଣି ୩୦୨୫ ପଜିଟିଭ ଚିହ୍ନଟ ଓ ୧୧ ମୃତ।

0

ଭୁବନେଶ୍ବର,୧/୯(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୩୦୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୪୪ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୧୧୮୧ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୬୬ ଜଣ ରହିଥିବା ବେଳେ କଟକରୁ ୩୧୨, ଗଞ୍ଜାମରୁ ୨୦୭, କେନ୍ଦ୍ରାପଡାରୁ ୧୨୮, ବାଲେଶ୍ବରରୁ ୪୦, କୋରାପୁଟରୁ ୧୩୯, ନୟାଗଡରୁ ୬୭, ମାଲକାନଗିରିରୁ ୩୨, ମୟୁରଭଞ୍ଜରୁ ୨୧୫, ସମ୍ବଲପୁରରୁ ୮୩, ବରଗଡରୁ ୬୧, ବଲାଙ୍ଗୀରରୁ ୨୪, ଭଦ୍ରକରୁ ୯୪, ଅନୁଗୁଳରୁ ୫୮, ବୋଦ୍ଧରୁ ୯, ଦେବଗଡରୁ ୧, ଢେଙ୍କାନାଳରୁ ୧୩୨, ଗଜପତିରୁ ୨୯, ଜଗତସିଂପୁରରୁ ୭୮, ଯାଜପୁରରୁ ୮୫, ଝାରସୁଗୁଡାରୁ ୫୯, କଳାହାଣ୍ଡିରୁ ୮୨, କନ୍ଧମାଳରୁ ୨୨, କେନ୍ଦୁଝରରୁ ୫୦, ନବରଙ୍ଗପୁରରୁ ୪୬, ପୁରୀରୁ ୧୩୬, ରାୟଗଡାରୁ ୧୩, ସୋନପୁରରୁ ୨୨, ସୁନ୍ଦରଗଡରୁ ୫୬ ଜଣ ରହିଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୧୮ ଲକ୍ଷ ୩୯ ହଜାର ୮୫୪ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧ ଲକ୍ଷ ୬ହଜାର ୫୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭ ହଜାର ୨୮୬ ଜଣ ସୁସ୍ଥ ହୋଇଥିବା ବେଳେ ୫୦୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୨୮ ହଜାର ୭୧୯ ଜଣ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ ଆଜି ପୁଣି ୧୧ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା।  ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୩ରେ ପହଞ୍ଚିଛି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୧୧ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ରାୟଗଡ଼ା ଓ ମୟୂରଭଞ୍ଜ ଜିଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ରହିଥିବା ବେଳେ କଟକ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ରାୟଗଡ଼ାରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.