banner
Breaking

ରାଜ୍ୟରେ ଆଜି ପୁଣି ୨୬୦୨ ପଜିଟିଭ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ବର,୩୧/୮(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଜି ପୁଣି ୨୬୦୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୬୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୦୪୧ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୧୬ ଜଣ ରହିଥିବା ବେଳେ କଟକରୁ ୨୩୬,ଗଞ୍ଜାମରୁ ୧୯୦,କେନ୍ଦ୍ରାପଡାରୁ ୧୨୮,ବାଲେଶ୍ବରରୁ ୧୦୩,କୋରାପୁଟରୁ ୧୨୭,ନୟାଗଡରୁ ୯୧, ମାଲକାନଗିରିରୁ ୮୦,ମୟୁରଭଞ୍ଜରୁ ୭୨,ସମ୍ବଲପୁରରୁ ୭୮,ବରଗଡରୁ ୮୨,ବଲାଙ୍ଗୀରରୁ ୪୨,ଭଦ୍ରକରୁ ୪୭,ଅନୁଗୁଳରୁ ୧୪,ବୋଦ୍ଧରୁ ୯,ଦେବଗଡରୁ ୩,ଢେଙ୍କାନାଳରୁ ୬୭,ଗଜପତିରୁ ୭,ଜଗତସିଂପୁରରୁ ୮୨,ଯାଜପୁରରୁ ୧୦୩,ଝାରସୁଗୁଡାରୁ ୮୫,କଳାହାଣ୍ଡିରୁ ୬୩,କନ୍ଧମାଳରୁ ୧୭,କେନ୍ଦୁଝରରୁ ୮୬,ନବରଙ୍ଗପୁରରୁ ୧୮,ପୁରୀରୁ ୪୬,ରାୟଗଡାରୁ ୫୪,ସୋନପୁରରୁ ୨୧,ସୁନ୍ଦରଗଡରୁ ୧୯ ଜଣ ରହିଛନ୍ତି।
ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୧୭ ଲକ୍ଷ ୮୯ ହଜାର ୪୩୩ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧ ଲକ୍ଷ ୩ହଜାର ୫୩୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୩ ହଜାର ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ ୪୯୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୨୯ ହଜାର ୭୫୮ ଜଣ ଚିକିତ୍ସିତ ହେଉଛନ୍ତି।

ତେବେ ରାଜ୍ୟରୁ ଆଜି ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା। ସୋମବାର ମୃତ୍ୟୁ ବରଣ କରିଥିବା ୧୦ ମୃତକଙ୍କୁ ମିଶାଇ ରାଜ୍ୟର ମୋଟ୍‌ ମୃତ୍ୟୁ ସଂଖ୍ୟା ୪୯୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ମୃତ୍ୟୁବରଣ କରିଥିବା ୧୦ ଜଣ କରୋନା ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ କନ୍ଧମାଳରୁ ୩ ଜଣ ଲେଖାଏଁ ରହିଥିବା ବେଳେ ଗଞ୍ଜାମ, ନୟାଗଡ଼, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.