banner
Breaking

ଓଡିଶାରେ ଲକ୍ଷେ ପାରହେଲା କରୋନା ପଜିଟିଭ ସ°ଖ୍ୟା। ଆଜି ୩୦୧୪ ପଜିଟିଭ ଚିହ୍ନଟ,୧୨ ମୃତ।

0

ଭୁବନେଶ୍ୱର,୩୦/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୦୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୬୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୪୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୩୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

ଆଜି ୨୯ ଟି ଜିଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୨୫, ବାଲେଶ୍ୱରରୁ ୧୩୮, ବରଗଡ଼ ୧୨୪, ଭଦ୍ରକ ୪୦, ବଲାଙ୍ଗୀର ୩୫, କଟକ ୩୩୭, ଦେଓଗଡ଼ ୨, ଢେଙ୍କାନାଳ ୪୯, ଗଜପତି ୯, ଗଞ୍ଜାମ ୨୧୬, ଜଗତସିଂହପୁର ୬୬,ଯାଜପୁର ୩୮, ଝାରସୁଗୁଡ଼ା ୪୫, କଳାହାଣ୍ଡି ୪୦, କନ୍ଧମାଳ ୬୦, କେନ୍ଦ୍ରାପଡ଼ା ୪୪, କେନ୍ଦୁଝର ୬୮, କୋରାପୁଟ ୧୨୦, ମାଲକାନଗିରି ୪୯, ମୟୁରଭଞ୍ଜ ୨୯୨, ନବରଙ୍ଗପୁର ୩୮, ନୟାଗଡ଼ ୨୯, ନୂଆପଡ଼ା ୭, ପୁରୀ ୧୧୮, ରାୟଗଡ଼ା ୧୦୪, ସମ୍ବଲପୁର ୧୦୨, ସୋନପୁର ୪୪, ସୁନ୍ଦରଗଡ଼ ୯୧ଅ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୩୪କୁ ବୃଦ୍ଧି ପାଇଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭ଲକ୍ଷ ୩୧ହଜାର ୫୫୬ଟି ନମୁନା ପରୀକ୍ଷଣ ହୋଇଛି। ସେଥିରୁ ମୋଟ ୧ଲକ୍ଷ ୯୩୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୭୦,୭୧୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୯,୬୮୫ ସକ୍ରିୟ କେସ ରହିଛି।
ତେବେ ରାଜ୍ୟରେ ରବିବାର ଆଉ ୧୨ ଜଣଙ୍କ ଜୀବନ ନେଇଛି କରୋନା। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ରାୟଗଡା ସୁନ୍ଦରଗଡ଼ ନବରଙ୍ଗପୁର ଓ ମାଲକାନଗିରି  ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.