banner
Breaking

ରାଜ୍ୟରେ ଆଜି ପୁଣି ୩୨୫୨ ପଜିଟିଭ ଚିହ୍ନଟ ଓ ୧୪ ମୃତ।

0

ଭୁବନେଶ୍ୱର,୨୯/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୩୨୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨୬୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୨୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ ଟି ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬୨ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୧, ବାଲେଶ୍ୱର ୭୮, ବରଗଡ଼ ୧୪୬, ଭଦ୍ରକ ୭୬, ବଲାଙ୍ଗୀର ୬୪, ବୌଦ୍ଧ ୩୮, କଟକ ୩୨୩, ଦେଓଗଡ଼ ୭, ଢେଙ୍କନାଳ ୯୪, ଗଜପତି ୨୦, ଗଞ୍ଜାମ ୧୬୯, ଜଗତସିଂହପୁର ୩୬, ଯାଜପୁର ୮୩, ଝାରସୁଗୁଡ଼ା ୫୫, କଳାହାଣ୍ଡି ୨, କନ୍ଧମାଳ ୨୬, କେନ୍ଦ୍ରାପଡ଼ା ୭୭, କେନ୍ଦୁଝର ୫୦, କୋରାପୁଟ ୨୫, ମାଲକାନଗିରି ୨୧, ମୟୁରଭଞ୍ଜ ୧୨୩, ନବରଙ୍ଗପୁର ୪୧, ନୟାଗଡ଼ ୧୨୦, ନୂଆପଡ଼ା ୨୫, ପୁରୀ ୧୩୫, ରାୟଗଡ଼ା ୪୫୦, ସମ୍ବଲପୁର ୬୩, ସୋନପୁର ୩୮, ସୁନ୍ଦରଗଡ଼ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୭୦ ହଜାର ୯୧୦ ଟି ନମୁନା ପରୀକ୍ଷଣ ହୋଇଛି।ସେଥିରୁ ମୋଟ ୯୭,୯୨୦ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୭,୮୨୬ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୯, ୫୭୧ ସକ୍ରିୟ କେସ ରହିଛି।

ରାଜ୍ୟରେ ଶନିବାର କରୋନାରେ ସର୍ବାଧିକ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୭୦କୁ ବୃଦ୍ଧି ହୋଇଛି।  ବାଲେଶ୍ବର, ଖୋର୍ଦ୍ଧା, ମାଲକାନଗିରି, କଟକ ଓ ଜଗସିଂହପୁର ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ବରଗଡ଼, ଯାଜପୁର, ପୁରୀ ଓ ସନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Khansweb Solution Bhubaneswar

Leave A Reply

Your email address will not be published.