banner
Breaking

ରାଜ୍ୟରେ ଆଜି ପୁଣି ୩୬୮୨ ପଜିଟିଭ ଚିହ୍ନଟ ଓ ୮ ମୃତ।

0

ଭୁବନେଶ୍ୱର,୨୮/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ସର୍ବାଧିକ ୩୬୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୪୧ଚିହ୍ନଟ ହୋଇଥିବା ବେଳେ ୧୪୪୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୯୪,୬୬୮କୁ ବୃଦ୍ଧି ପାଇଛି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଶୁକ୍ରବାର ୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୭୫ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୫୬, ବାଲେଶ୍ୱର ୮୭, ବରଗଡ଼ ୧୫୨, ଭଦ୍ରକ ୫୧, ବଲାଙ୍ଗୀର ୬୮, ବୌଦ୍ଧ ୧୪, କଟକ ୩୬୯, ଦେଓଗଡ଼ ୧୨, ଢେଙ୍କାନାଳ ୬୧, ଗଜପତି ୪୮, ଗଞ୍ଜାମ ୧୭୪, ଜଗତସିଂହପୁର ୪୪, ଯାଜପୁର ୮୮, ଝାରସୁଗୁଡ଼ା ୪୩, କଳାହାଣ୍ଡି ୪୧, କନ୍ଧମାଳ ୩୬, କେନ୍ଦ୍ରାପଡ଼ା ୪୪, କେନ୍ଦୁଝର ୫୯, କୋରାପୁଟ ୧୪୦, ମାଲକାନଗିରି ୮୬, ମୟୁରଭଞ୍ଜ ୨୭୨, ନବରଙ୍ଗପୁର ୩୮, ନୟାଗଡ଼ ୧୦୯, ନୂଆପଡ଼ା ୨୩, ପୁରୀ ୧୧୫ , ରାୟଗଡ଼ା ୪୯୫, ସମ୍ବଲପୁର ୧୨୮, ସୋନପୁର ୨୭, ସୁନ୍ଦରଗଡ଼ ୨୭ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୧୨ ହଜାର ୯୭ଟି ନମୁନା ପରୀକ୍ଷଣ ହୋଇଛି। ସେଥିରୁ ମୋଟ ୯୪,୬୬୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୫,୩୨୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୨୮,୮୩୬ ସକ୍ରିୟ କେସ ରହିଛି।

ରାଜ୍ୟରେ ଶୁକ୍ରବାର ଆଉ ୮ ଜଣଙ୍କ ଜୀବନ ନେଇଛି କରୋନା। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୫୬କୁ ବୃଦ୍ଧି ହୋଇଛି। ଆଜି ୮ ଜଣ ପ୍ରାଣ ହରାଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧା ଜିଲାରୁ ୨ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରାୟଗଡ଼ା, ବରଗଡରୁ, ବଲାଙ୍ଗୀର ଓ ଭଦ୍ରକ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.