banner
Breaking

ରାଜ୍ୟରେ ଆଜି ପୁଣି ୩୩୮୪ ପଜିଟିଭ ଚିହ୍ନଟ ଓ ୭ ମୃତ।

0

ଭୁବନେଶ୍ୱର,୨୭/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ସର୍ବାଧିକ ୩୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୨୫୬ ଜଣ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ୯୮୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ ଦିଆଯାଇଛି।

ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୮୭ ଜଣ ରହିଥିବା ବେଳେ କଟକରୁ ୪୯୨, ସମ୍ବଲପୁରରୁ ୧୮୨, ଗଂଜାମ ଓ ମୟୁରଭଞ୍ଜରୁ ୧୭୭ ଜଣ ଲେଖାଏଁ, ଯାଜପୁରରୁ ୧୭୬, ବରଗଡ଼ରୁ ୧୫୭, ରାୟଗଡ଼ାରୁ ୧୫୪, ପୁରୀରୁ ୧୨୧, ବାଲେଶ୍ୱରରୁ ୧୧୯, ସୁନ୍ଦରଗଡ଼ରୁ ୧୦୧, ବଲାଙ୍ଗୀରରୁ ୯୯, ଝାରସୁଗୁଡ଼ାରୁ ୯୪, କୋରାପୁଟରୁ ୮୯, ଭଦ୍ରକରୁ ୮୨, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୭୬ ଜଣ ଲେଖାଏଁ, କେନ୍ଦୁଝରରୁ ୬୩, ଢେଙ୍କାନାଳରୁ ୬୦, କନ୍ଧମାଳରୁ ୫୮, ମାଲକାନଗିରିରୁ ୪୪, ଜଗତସିଂହପୁରରୁ ୪୩, ସୋନପୁରରୁ ୩୭, ନବରଂଗପୁରରୁ ୩୧, କଳାହାଣ୍ଡିରୁ ୨୭, ନୂଆପଡ଼ାରୁ ୧୯, ଦେବଗଡ଼ରୁ ୧୬, ଅନୁଗୁଳରୁ ୧୩, ଗଜପତିରୁ ୯ ଓ ବୌଦ୍ଧରୁ ୫ ଜଣ ଅଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୫ଲକ୍ଷ ୫୩ ହଜାର ୨୫୭ ଟି ନମୁନା ପରୀକ୍ଷଣ ହୋଇଛି।ସେଥିରୁ ମୋଟ ୯୦ ହଜାର ୯୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ୨୭ ହଜାର ୬୭୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୨ ହଜାର ୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ତେବେ ରାଜ୍ୟରେ ଗୁରୁବାର ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି ହୋଇଛି। ଆଜି ୭ ଜଣ ପ୍ରାଣ ହରାଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁର ଜିଲାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବରଗଡରୁ ୨ ଜଣ, ଭଦ୍ରକ ଓ ଖୋର୍ଦ୍ଧା ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.