banner
Breaking

ରାଜ୍ୟରେ ଆଜି ସର୍ବାଧିକ ୩୩୭୧ ପଜିଟିଭ ଚିହ୍ନଟ ଓ ୧୩ ମୃତ।

0

ଭୁବନେଶ୍ୱର, ୨୬ା୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ସର୍ବାଧିକ ୩୩୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୫୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଜଣ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ହଜାର ୬୦୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୪୭ ଜଣ, କଟକରୁ ୩୫୭, ଗଞ୍ଜାମରୁ ୧୯୬, ଯାଜପୁରରୁ ୧୭୩, ନୟାଗଡ଼ରୁ ୧୭୧, ସୁନ୍ଦରଗଡ଼ରୁ ୧୫୪, ରାୟଗଡ଼ାରୁ ୧୪୬, ପୁରୀରୁ ୧୪୪, ମାଲକାନଗିରିରୁ ୧୩୪, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୦୭, ବାଲେଶ୍ୱରରୁ ୯୮, ବରଗଡ଼ରୁ ୯୮, ଜଗତସିଂହପୁରରୁ ୯୫, ଝାରସୁଗୁଡ଼ାରୁ ୯୩, ମୟୁରଭଞ୍ଜରୁ ୯୨,କୋରାପୁଟରୁ ୯୧, ବଲାଙ୍ଗୀରରୁ ୭୬, କେନ୍ଦ୍ରାପଡ଼ାରୁ ୭୬, କେନ୍ଦୁଝରରୁ ୭୪, ଢ଼େଙ୍କନାଳରୁ ୬୭, ନବରଙ୍ଗପୁରରୁ ୬୫, ଅନୁଗୁଳରୁ ୬୩, ଗଜପତିରୁ ୪୧, କନ୍ଧମାଳରୁ ୪୧, କଳାହାଣ୍ଡିରୁ ୨୮, ନୂଆପଡ଼ାରୁ ୧୫, ଦେଓଗଡ଼ରୁ ୮, ବୌଦ୍ଧରୁ ୪, ସୋନପୁରରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪ ଲକ୍ଷ ୮୫ ହଜାର ୧୬୭ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୮୭ ହଜାର ୬୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୯ ହଜାର ୪୭୦ ଜଣ ସୁସ୍ଥ ହୋଇଥିବା ବେଳେ ୨୭ ହଜାର ୬୩୮ ଜଣ ଚିକିତ୍ସିତ ହେଉଛନ୍ତି।
ରାଜ୍ୟରେ ଆଜି ଆଉ ୧୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଓ ସମ୍ବଲପୁରରୁ ୩ଜଣ ଲେଖାଏଁ, କଟକ ଓ ଗଞ୍ଜାମରୁ ୨ଜଣ ଲେଖାଏଁ, କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.