banner
Breaking

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟପାଳ।

0

ଭୁବନେଶ୍ୱର, ୧୪ା୪ (ଓଡ଼ିଆ ନ୍ୟୁଜ): ଭାରତୀୟ ସମ୍ବିଧାନର ପ୍ରଣେତା ଭିମରାଓ ଆମ୍ବେଦକରଙ୍କ ଜୟନ୍ତି ଅବସରରେ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ୍ । ସମ୍ବିଧାନ ପ୍ରଣେତା ଭିମରାଓ ଆମ୍ବେଦକରଙ୍କ ଅବଦାନକୁ ରାଜ୍ୟପାଳ ପ୍ରଶଂସା କରିବା ସହ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହାସହ ଲୋକଙ୍କ ସେବାରେ ନିୟୋଜିତ ପ୍ରତିନିଧି ଓ କର୍ମଚାରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ପ୍ରଫେସର ଗଣେଶୀଲାଲ୍ । ସଫେଇ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଓ ଗଣମାଧ୍ୟମଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟପାଳ । ରାଜ୍ୟ ଓ କେନ୍ଦ୍ର ସରକାର କରୋନା ବିରୋଧରେ ଆରମ୍ଭ କରିଥିବା ଲଢ଼େଇ ଫଳପ୍ରଦ ହେଉଛି ଏବଂ ଆମେ ବିଜୟପଥରେ ଅଗ୍ରସର ବୋଲି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ୍ ଦର୍ଶାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.