banner
Breaking

ରାଜ୍ୟରେ ଆଜି ପୁଣି ୨୯୪୯ ପଜିଟିଭ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ୱର,୨୪ ।୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୯୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୨୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୩ ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୋମବାର ୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୫୮୯ ଜଣ ବାହାରିଥିବା ବେଳେ ଭୁବନେଶ୍ୱରୁ ୪୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧, ବାଲେଶ୍ୱରରୁ ୮୮, ବରଗଡରୁ ୬୨, ଭଦ୍ରକରୁ ୬୬, ବଲାଙ୍ଗୀରୁ ୫୭, ବୌଦ୍ଧରୁ ୩, ଦେଓଗଡରୁ ୨, ଢେଙ୍କାନାଳରୁ ୧୩, ଗଜପତିରୁ ୩, ଗଞ୍ଜାମରୁ ୧୭୯, ଜଗତସିଂହପୁରରୁ ୫୧, ଯାଜପୁରରୁ ୨୧୫, ଝାରସୁଗୁଡାରୁ ୨୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୩୪, କେନ୍ଦ୍ରପଡାରୁ ୫୬, କେନ୍ଦୁଝରରୁ ୩୦, କେରାପୁଟରୁ ୧୮୧, ମାଲାକାନଗିରିରୁ ୭୮, ମୟୂରଭଞ୍ଜରୁ ୧୫୬, ନବରଙ୍ଗପୁରରୁ ୨୬, ନୟାଗଡରୁ ୯୩, ନୂଆପଡାରୁ ୨, ପୁରୀରୁ ୮୬, ରାୟଗଡାରୁ ୧୪୩, ସମ୍ବଲପୁରରୁ ୧୦୪, ସୋନପୁରରୁ ୨୬ ଓ ସୁନ୍ଦରଗଡରୁ ୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ଲକ୍ଷ ୬୩ ହଜାର ୬୨୦ଟି ନମୁନା ପରୀକ୍ଷଣ ହୋଇଛି।ସେଥିରୁ ୮୧ ହଜାର ୪୭୯ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୪ ହଜାର ୪୦୫ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ହଜାର ୬୦୨ ଆକ୍ଟିଭ କେସ୍ ରହିଛି।
ସେହିପରି ରାଜ୍ୟରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୫ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡରୁ ୨, କଟକ, ନୟାଗଡ ଓ ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.