banner
Breaking

ରାଜ୍ୟରେ ଆଜି ପୁଣି ୨୬୯୮ ପଜିଟିଭ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ୱର, ୨୧ା୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୬୯୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧୦୨୩ ଜଣ ରହିଛନ୍ତି।ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ୩୦ ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୭୫, କଟକରୁ ୨୦୭, ଗଞ୍ଜାମରୁ ୧୬୨, ରାୟଗଡ଼ାରୁ ୧୫୪, କୋରାପୁଟରୁ ୧୪୬, ମୟୁରଭଞ୍ଜରୁ ୧୨୮, ସୁନ୍ଦରଗଡ଼ରୁ ୧୦୩, ବାଲେଶ୍ୱରରୁ ୧୦୨, ନୟାଗଡ଼ରୁ ୯୪, ନବରଙ୍ଗପୁରରୁ ୯୧, ଭଦ୍ରକରୁ ୮୯, କେନ୍ଦ୍ରାପଡ଼ାରୁ ୮୯, ପୁରୀରୁ ୮୭, କନ୍ଧମାଳରୁ ୮୧,ମାଲକାନଗିରିରୁ ୮୧, ଯାଜପୁରରୁ ୮୦, ସମ୍ବଲପୁରରୁ ୭୮, ଝାରସୁଗୁଡ଼ାରୁ ୭୨, ବଲାଙ୍ଗିରରୁ ୭୧, ଗଜପତିରୁ ୫୮, ବରଗଡ଼ରୁ ୫୬, କଳାହାଣ୍ଡିରୁ ୪୯, ସୋନପୁରରୁ ୩୧, ଅନୁଗୁଳରୁ ୨୯,ଢ଼େଙ୍କାନାଳରୁ ୨୭, ଜଗତସିଂହପୁରରୁ ୨୧, କେନ୍ଦୁଝରରୁ ୨୧, ବୌଦ୍ଧରୁ ୧୧, ନୂଆପଡ଼ାରୁ ୩, ଦେଓଗଡ଼ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୭୨ ହଜାର ୪୨୬ଟି ନମୁନା ପରୀକ୍ଷଣ ହୋଇଛି।ସେଥିରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ରେ ପହଞ୍ଚିଥିବା ବେଳେ ୪୮,୫୭୬ ଜଣ ସୁସ୍ଥ ହୋଇଛନ୍ତି। ୨୩,୬୯୯ ଜଣ ଚିକିତ୍ସିତ ହେଉଛନ୍ତି। ୩୯୦ ଜଣଙ୍କ ମୃତ୍ୟୁ ଘଟିଛି।

ରାଜ୍ୟରେ ଆଜି ଆଉ ୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାର ସର୍ବାଧିକ ୪, ଖୋର୍ଦ୍ଧାରୁ ୨ , ଅନୁଗୁଳ, କୋରାପୁଟ,ନୟାଗଡ଼ ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.