banner
Breaking

ରାଜ୍ୟରେ ଆଜି ପୁଣି ୨୫୮୯ ପଜିଟିଭ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ଵର,୧୯/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୨୫୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୧୦୧୫ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୬୭ ହଜାର ୧୨୨କୁ ବୃଦ୍ଧି ପାଇଛି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବୁଧବାର ୨୯ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୬୬ ଚିହ୍ନଟ ହୋଇଥିବା ବେଳେ ,ଗଞ୍ଜାମରୁ ୨୪୨, କଟକରୁ ୨୨୨, ସୁନ୍ଦରଗଡରୁ ୧୫୫,ରାୟଗଡାରୁ ୨୧୧, ପୁରୀରୁ ୨୩୫,ବାଲେଶ୍ଵରରୁ ୧୫୦, ଅନୁଗୁଳରୁ ୨୦, ବରଗଡରୁ ୬୭, ଭଦ୍ରକରୁ ୪୭, ବଲାଙ୍ଗୀରରୁ ୧, ବୋଦ୍ଧରୁ ୧୬,  ଢେଙ୍କାନାଳରୁ ୨୫,ଗଜପତିରୁ ୩୬, ଜଗତସିଂପୁରରୁ ୨୧, ଯାଜପୁରରୁ ୯୫, ଝାରସୁଗୁଡାରୁ ୧୮, କଳାହାଣ୍ତିରୁ ୪୨, କନ୍ଧମାଳରୁ ୩୦, କେନ୍ଦ୍ରାପଡାରୁ ୧୦, କେନ୍ଦୁଝର ୫୩, କୋରାପୁଟ ୯୨,ମାଲକାନଗିରି ୭୩, ମୟୁରଭଞ୍ଜରୁ ୧୧୭, ନବରଙ୍ଗପୁର ୩୬, ନୟାଗଡରୁ ୧୧, ନୂଆପଡାରୁ ୬, ସମ୍ବଲପୁରରୁ ୬୬ ଓ ସୋନପୁର ୨୬ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୧୦ ଲକ୍ଷ ୬୨ ହଜାର ୪୬୯ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୬୭ ହଜାର ୧୨୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫ ହଜାର ୩୧୪ ଜଣ ସୁସ୍ଥ ହୋଇଥିବା ବେଳେ ୩୭୨ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି ଏବଂ ୫୩ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ବର୍ତ୍ତମାନ ୨୧ ହଜାର ୩୮୩ ଜଣ ଚିକିତ୍ସିତ ହେଉଛନ୍ତି।
ରାଜ୍ୟରେ ଆଉ ୧୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାର ସର୍ବାଧିକ ୪, ଖୋର୍ଦ୍ଧାରୁ ୨, ସୁନ୍ଦରଗଡ଼ରୁ ୨, ଭଦ୍ରକ ଓ ବରଗଡ଼ରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.