banner
Breaking

ରାଜ୍ୟରେ ଆଜି ପୁଣି ୨୨୩୯ ପଜିଟିଭ ଚିହ୍ନଟ ଓ ୯ ମୃତ।

0

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୨୨୩୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୧୬ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୨୩ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୩୩କୁ ବୃଦ୍ଧି ପାଇଛି।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ୨୯ ଜିଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୬, ବାଲେଶ୍ୱରରୁ ୧୩୦, ବରଗଡ଼ରୁ ୫୧, ଭଦ୍ରକରୁ ୭୩, ବଲାଙ୍ଗୀରରୁ ୬୬, ବୌଦ୍ଧରୁ ୫୩, କଟକରୁ ୧୧୭, ଢେଙ୍କାନାଳରୁ ୩୬, ଗଜପତିରୁ ୪୨, ଗଞ୍ଜାମରୁ ୨୪୬ ଜଗତ୍‌ସିଂହପୁରରୁ ୨୬, ଯାଜପୁରରୁ ୭୫, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୯୦, କେନ୍ଦ୍ରାପଡ଼ାରୁ ୭, କେନ୍ଦୁଝରରୁ ୭୨, କୋରାପୁଟରୁ ୯୧ , ମାଲକାନଗିରିରୁ ୫୫, ମୟୂରଭଞ୍ଜରୁ ୮୦,ନବରଙ୍ଗପୁରରୁ ୧୪, ନୟାଗଡ଼ରୁ ୧୪୭, ନୂଆପଡ଼ାରୁ ୮, ରାୟଗଡ଼ାରୁ ୧୨୦, ପୁରୀରୁ ୪୦, ସମ୍ବଲପୁରରୁ ୫୩, ସୁବର୍ଣ୍ଣପୁରରୁ ୨୪ ଓ ସୁନ୍ଦରଗଡ଼ରୁ ୬୪ ଆକ୍ରାନ୍ତ ଅଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୪୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୩୩୯ ଚିକିତ୍ସାଧୀନ ଅଛନ୍ତି। ୪୩୭୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ରାଜ୍ୟରେ ଆଜି ଆଉ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ମୃତକଙ୍କ ମଧ୍ୟରୁ ଆଜି ଗଞ୍ଜାମରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ରାୟଗଡାରୁ ୨, ବାଲେଶ୍ୱର, ଖୋର୍ଦ୍ଧା, ମାଲକାନଗିରି ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.