banner
Breaking

ରାଜ୍ୟରେ ଆଜି ପୁଣି ୨୨୪୪ ପଜିଟିଭ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ୱର,୧୭/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୨୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୧୩୯୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୮୫୪ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ସୋମବାର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୯୪ରେ ପହଞ୍ଚିଛି।ଏନେଇ ରାଜ୍ୟ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୯ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୧୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୨୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୯୪ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲାଗୁଡ଼ିକ ମଧ୍ୟରେ ଅନୁଗୋଳରୁ ୧୫, ବାଲେଶ୍ୱର ୧୪୨, ବରଗଡ଼ ୩୫, ଭଦ୍ରକ ୧୦୪, ବଲାଙ୍ଗୀର ୩୭, ବୌଦ୍ଧ ୪୯, ଢେଙ୍କାନାଳ ୧୮, ଗଜପତି ୬, ଜଗତସିଂହପୁର ୧୬, ଯାଜପୁର ୯୮, ଝାରସୁଗୁଡ଼ା ୧୨, କଳାହାଣ୍ଡି ୬୭, କନ୍ଧମାଳ ୧୨୧, କେନ୍ଦ୍ରାପଡ଼ା ୨୭, କେନ୍ଦୁଝର ୧୩, କୋରାପୁଟ ୯୪, ମାଲକାନଗିରି ୯୮, ମୟୂରଭଞ୍ଜ ୯୧, ନବରଙ୍ଗପୁର ୨୧, ନୟାଗଡ଼ ୧୩, ନୂଆପଡ଼ା ୯, ପୁରୀ ୬୮, ରାୟଗଡ଼ା ୧୬୦, ସମ୍ବଲପୁର ୩୫, ସୋନପୁର ୧୧ ଏବଂ ସୁନ୍ଦରଗଡ଼ରୁ ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୯ ଲକ୍ଷ ୫୮ ହଜାର ୯୨୯ ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୬୨ ହଜାର ୨୯୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୩୫୩ ଜଣଙ୍କର ମୃତ୍ୟୁ କରୋନାରେ ହୋଇଥିବା ବେଳେ ୫୪ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ୪୨ ହଜାର ୨୭୬ ଜଣ ସୁସ୍ଥ ହୋଇଥିବା ବେଳେ ୧୯ ହଜାର ୬୧୨ ଜଣ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ ଆଜି ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪ ଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବରଗଡ, କଟକ, ଗଞ୍ଜାମ, ପୁରୀ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.