banner
Breaking

ଓଡିଶାରେ ରେକର୍ଡ ଭାଙ୍ଗିଲା କରୋନା। ଆଜି ୨୯୨୪ ପଜିଟିଭ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ଵର,୧୬/୮(ଓଡ଼ିଆ ନ୍ୟୁଜ):ଓଡିଶାରେ ରେକର୍ଡ ଭାଙ୍ଗିଲା କରୋନା।ରାଜ୍ୟରେ ଆଜି ସର୍ବାଧିକ ୨୯୨୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୧୫ ଜଣ କ୍ବାରେଣ୍ଟାଇନରୁ ରହିଥିବା ବେଳେ ୧୧୦୯ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି।ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ୦୫୦ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୮୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୩୭, ବାଲେଶ୍ୱରରୁ ୧୨୭, ବରଗଡରୁ ୪୮, ବଲାଙ୍ଗୀରୁ ୨୭, ବୌଦ୍ଧରୁ ୮, କଟକରୁ ୧୮୯, ଦେଓଗଡରୁ ୧୬, ଢେଙ୍କାନାଳରୁ ୪୦, ଗଜପତିରୁ ୭୧, ଗଞ୍ଜାମରୁ ୩୧୮, ଜଗତସିଂହପୁରରୁ ୩୦, ଯାଜପୁରରୁ ୨୦୦, ଝାରସୁଗୁଡାରୁ ୩୦, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୦, କେନ୍ଦ୍ରପଡାରୁ ୬୦, କେନ୍ଦୁଝରରୁ ୨୬, କେରାପୁଟରୁ ୯୫, ମାଲାକାନଗିରିରୁ ୯୩, ମୟୂରଭଞ୍ଜରୁ ୧୩୬, ନବରଙ୍ଗପୁରରୁ ୨୬, ନୟାଗଡରୁ ୧୪୨, ନୂଆପଡାରୁ ୨୦, ପୁରୀରୁ ୧୪୪, ସମ୍ବଲପୁରରୁ ୩୭, ସୋନପୁରରୁ ୩୮ ଓ ସୁନ୍ଦରଗଡରୁ ୧୬୧ ଜଣ ରହିଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୮ ହଜାର ୫୦୮ ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୬୦ ହଜାର ୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୦ ହଜାର ୭୨୬ ଜଣ ସୁସ୍ଥ ହୋଇଥିବା ବେଳେ ୩୪୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୫୩ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୧୮ ହଜାର ୯୨୮ ଜଣ ଚିକିତ୍ସିତ ହେଉଛନ୍ତି।
ରାଜ୍ୟରୁ ଆଜି ଆଉ ୧୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୩୪୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କ ମଧ୍ୟରୁ ଭୁବନେଶ୍ଵରରୁ ୨ ଜଣ ରହିଥିବା ବେଳେ ଗଞ୍ଜାମରୁ ୨, ଭଦ୍ରକ, ବଲାଙ୍ଗୀର,କଟକ,ଯାଜପୁର,କନ୍ଧମାଳ ଏବଂ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.