banner
Breaking

ରାଜ୍ୟରେ ଆଜି ସର୍ବାଧିକ ୨୪୯୬ ପଜିଟିଭ ଚିହ୍ନଟ ଓ ୯ ମୃତ।

0

ଭୁବନେଶ୍ୱର,୧୫/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ସର୍ବାଧିକ ୨୪୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୯୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୦୫ଜଣ ରହିଛନ୍ତି।ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୫୭,୧୨୬କୁ ବୃଦ୍ଧି ପାଇଛି।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଶନିବାର ୨୯ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୭୮ଜଣ,ଗଂଜାମରୁ ୩୨୭, ସୁନ୍ଦରଗଡରୁ ୨୫୬ ଜଣ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୧୨, ବାଲେଶ୍ୱର ଜିଲ୍ଲାରୁ ୧୬୫, ବରଗଡ଼ ଜିଲ୍ଲାରୁ ୩୬, ଭଦ୍ରକ ଜିଲ୍ଲାରୁ ୧୦୨, ବଲାଙ୍ଗୀର ଜିଲ୍ଲାରୁ ୯୨, ବୌଦ୍ଧ ଜିଲ୍ଲାରୁ ୧୧୫, କଟକ ଜିଲ୍ଲାରୁ ୧୨୮, ଢେଙ୍କାନାଳ ଜିଲ୍ଲାରୁ ୬୯, ଗଜପତି ଜିଲ୍ଲାରୁ ୬୮, ଜଗତସିଂହପୁର ଜିଲ୍ଲାରୁ ୧୪, ଯାଜପୁର ଜିଲ୍ଲାରୁ ୧୧, ଝାରସୁଗୁଡ଼ା ଜିଲ୍ଲାରୁ ୧୯, କଳାହାଣ୍ଡି ଜିଲ୍ଲାରୁ ୪୨, କନ୍ଧମାଳ ଜିଲ୍ଲାରୁ ୯୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩, କେନ୍ଦୁଝର ଜିଲ୍ଲାରୁ ୫୧, କୋରାପୁଟରୁ ୧୩୩, ମାଲକାନଗିରି ଜିଲ୍ଲାରୁ ୭୩, ମୟୁରଭଞ୍ଜ ଜିଲ୍ଲାରୁ ୨୩, ନବରଙ୍ଗପୁର ଜିଲ୍ଲାରୁ ୧୧, ନୟାଗଡ଼ ଜିଲ୍ଲାରୁ ୪, ନୂଆପଡ଼ା ଜିଲ୍ଲାରୁ ୧୬, ପୁରୀ ଜିଲ୍ଲାରୁ ୯୩, ରାୟଗଡ଼ା ଜିଲ୍ଲାରୁ ୧୪୬, ସମ୍ବଲପୁର ଜିଲ୍ଲାରୁ ୮୧, ସୋନପୁର ଜିଲ୍ଲାରୁ ୨୦ଜଣ ରହିଛନ୍ତି ।
ରାଜ୍ୟରେ ଆଜି ସୁଦ୍ଧା ୮ଲକ୍ଷ ୫୫ହଜାର ୭୧୩ଟି ନମୁନା ପରୀକ୍ଷଣ ହୋଇଛି।ସେଥିରୁ ମୋଟ ୫୭,୧୨୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୭,୫୩୫ ଆକ୍ଟିଭ ମାମଲା ରହିଛି । ସେହିପରି ୩୯୨୦୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ରାଜ୍ୟରେ ଆଜି ପୁଣି ୯ ମୁଣ୍ଡ ନେଇଛି କୋରୋନା। ଏହାକୁ ମିଶାଇ ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା ୩୩୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମୃତକଙ୍କ ମଧ୍ୟରେ କଟକର ୬୭ ଓ ୫୦ ବର୍ଷୀୟ ପୁରୁଷ, ଗଞ୍ଜାମରୁ ୫୩ ବର୍ଷୀୟ ପୁରୁଷ, କେନ୍ଦୁଝରର ୫୮ ବର୍ଷୀୟ ପୁରୁଷ, ନୟାଗଡର ୭୫ ବର୍ଷୀୟ ପୁରୁଷ, ସମ୍ବଲପୁରର ୬୫ ଓ ୫୦ ବର୍ଷୀୟ ମହିଳା, ଏହା ସହ ସମ୍ବଲପୁରର ୭୪, ୭୮ ଓ ୫୦ ବର୍ଷୀୟ ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି । ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୩୩୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ୫୩ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.