banner
Breaking

ବୁଧବାର ରାଜ୍ୟରେ ପୁଣି ୧୮୭୬ ପଜିଟିଭ ଚିହ୍ନଟ ୯ ମୃତ।

0

ଭୁବନେଶ୍ୱର,୧୧/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୮୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୬୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ବୁଧବାର ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୬୭୨କୁବୃଦ୍ଧି ପାଇଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୫ , ବାଲେଶ୍ୱର ୮୧, ବରଗଡ଼ ୧୫, ଭଦ୍ରକ ୫୦, ବଲାଙ୍ଗୀର ୩୧, ବୌଦ୍ଧ ୧୦, କଟକ ୧୦୯, ଦେଓଗଡ଼ ୨, ଢେଙ୍କାନାଳ ୩୬, ଗଜପତି ୭୧, ଗଞ୍ଜାମ ୨୬୦, ଜଗତସିଂହପୁର ୨୬, ଯାଜପୁର ୫୩, ଝାରସୁଗୁଡ଼ା ୬, କଳାହାଣ୍ଡି ୪୧, କନ୍ଧମାଳ ୩୦, କେନ୍ଦ୍ରାପଡ଼ା ୫୮, କେନ୍ଦୁଝର ୨୧, ଖୋର୍ଦ୍ଧା ୨୯୭, କୋରାପୁଟ ୭୭, ମାଲକାନଗିରି ୨୪, ମୟୁରଭଞ୍ଜ ୭୦, ନବରଙ୍ଗପୁର ୩୦, ନୟାଗଡ଼ ୧୦୫, ନୂଆପଡ଼ା ୩, ପୁରୀ ୮୦, ରାୟଗଡ଼ା ୯୮, ସମ୍ବଲପୁର ୩୬, ସୋନପୁର ୨୨, ସୁନ୍ଦରଗଡ଼ ୧୧୯ ଜଣ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୪୮୦୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୫୦୯ ସକ୍ରିୟ କେସ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ରାଜ୍ୟରେ ବୁଧବାର କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୦୦ ପାର କରିଛି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରାୟଗଡ଼ାରୁ ୨ଜଣ। ଅନୁଗୁଳ, ବାଲେଶ୍ବର ଓ ଖୋର୍ଦ୍ଧା ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖା ୩୦୫କୁ ବୃଦ୍ଧି ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.