banner
Breaking

ରାଜ୍ୟରେ ଆଜି ପୁଣି ୧୩୪୧ ପଜିଟିଭ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ୱର,୧୧/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୩୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୧୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୨୩ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ହଜାର ୭୯୬କୁ ବୃଦ୍ଧି ପାଇଛି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ମଙ୍ଗଳବାର ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪, ବାଲେଶ୍ୱର ୫୪, ବରଗଡ଼ ୫୬, ଭଦ୍ରକ ୮୩, ବଲାଙ୍ଗୀର ୨୭, ବୌଦ୍ଧ ୧୦, କଟକ ୭୬, ଢେଙ୍କାନାଳ ୧୪, ଗଜପତି ୨୦, ଗଞ୍ଜାମ ୨୨୭, ଜଗତସିଂହପୁର ୧୬, ଯାଜପୁର ୧୫, ଝାରସୁଗୁଡ଼ା ୬୭, କଳାହାଣ୍ଡି ୨୫, କନ୍ଧମାଳ ୧୬, କେନ୍ଦ୍ରାପଡ଼ା ୨୭, କେନ୍ଦୁଝର ୨୩, ଖୋର୍ଦ୍ଧା ୨୧୮, କୋରାପୁଟ ୪୫, ମାଲକାନଗିରି ୧୭, ମୟୁରଭଞ୍ଜ ୯, ନବରଙ୍ଗପୁର ୬, ନୟାଗଡ଼ ୫୭, ନୂଆପଡ଼ା ୭, ପୁରୀ ୧୬, ରାୟଗଡ଼ା ୭୫, ସମ୍ବଲପୁର ୨୬, ସୋନପୁର ୧୪, ସୁନ୍ଦରଗଡ଼ ୯୧ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୯୨ ହଜାର ୩୦୧ଟି ନମୁନା ପରୀକ୍ଷଣ ହୋଇଛି। ସେଥିରୁ ୩୩ ହଜାର ୦୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫ ହଜାର ୪୨୭ଜଣ ସକ୍ରିୟ ଆକ୍ରାନ୍ତଙ୍କ ରହିଛି।
ସେହିପରି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ (୭୨,୬୪,୫୨ପୁ), ଖୋର୍ଦ୍ଧାରୁ ଜଣେ ୮୦ ବର୍ଷୀୟ ପୁରୁଷ,ଓ ୨ ଜଣ ୫୫,୨୬ ବର୍ଷୀୟ ମହିଳା, ବାଲେଶ୍ବରରୁ ଜଣେ ୫୦ ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ ଜଣେ ୫୭ ବର୍ଷୀୟ ମହିଳା,ପୁରୀରୁ ଜଣେ ୫୬ ବର୍ଷୀୟ ପୁରୁଷ ଏବଂ ରାୟଗଡ଼ା ଜିଲ୍ଲାରୁ ଜଣେ ୪୭ ବର୍ଷୀୟ ପୁରୁଷ ରହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.