banner
Breaking

ରାଜ୍ୟରେ ଆଜି ପୁଣି ୧୫୨୮ ପଜିଟିଭ ଚିହ୍ନଟ ଓ ୧୪ ମୃତ।

0

ଭୁବନେଶ୍ଵର,୧୦/୮(ଓଡ଼ିଆ ନ୍ୟୁଜ): ରାଜ୍ୟରୁ ଆଜି ପୁଣି ୧୫୨୮କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୪୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୮୦ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୪୫୫ କୁ ଵୃଦ୍ଧି ପାଇଛି।
ସୋମବାର ୨୯ଟି ଜିଲ୍ଲାରୁ ଚିହ୍ନଟ ୧୫୨୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୮, ବାଲେଶ୍ୱର ୪୩, ବରଗଡ଼ ୧୦, ଭଦ୍ରକ ୭୦, ବଲାଙ୍ଗୀର ୫୯, ବୌଦ୍ଧ ୭, କଟକ ୭୨, ଢେଙ୍କାନାଳ ୧୦୭, ଗଜପତି ୩୧, ଗଞ୍ଜାମ ୨୩୩, ଜଗତସିଂହପୁର ୨୨, ଯାଜପୁର ୩୩, ଝାରସୁଗୁଡ଼ା ୯, କଳାହାଣ୍ଡି ୩୧, କନ୍ଧମାଳ ୧୭, କେନ୍ଦ୍ରାପଡ଼ା ୧୭, କେନ୍ଦୁଝର ୫, ଖୋର୍ଦ୍ଧା ୨୧୮, କୋରାପୁଟ ୬୭, ମାଲକାନଗିରି ୩୮, ମୟୁରଭଞ୍ଜ ୨୨, ନବରଙ୍ଗପୁର ୨୩, ନୟାଗଡ଼ ୩୨, ନୂଆପଡ଼ା ୨, ପୁରୀ ୨୬, ରାୟଗଡ଼ା ୨୭, ସମ୍ବଲପୁର ୧୬୮, ସୋନପୁର ୫, ସୁନ୍ଦରଗଡ଼ ୧୨୬ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୬୯ ହଜାର ୨୬୬ ଟି ନମୂନା ପରୀକ୍ଷଣ ହୋଇଥିବା ବେଳେ ୪୭ ହଜାର ୪୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୧ ହଜାର ୭୮୪ ଜଣ ସୁସ୍ଥ ହୋଇଥିବା ବେଳେ ୨୮୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୪୯ ଜଣଙ୍କର ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୫ ହଜାର ୩୩୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ସେହିପରି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୪ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୮୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୬ ଜଣ ରହିଛନ୍ତି। ଖୋର୍ଦ୍ଧା ଓ ନୟାଗଡରୁ ୩ ଜଣ ଲେଖାଏଁ ଏବଂ ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.