banner
Breaking

ରାଜ୍ୟରେ ଆଜି ପୁଣି ୧୬୯୯ ପଜିଟିଭ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ଵର,୬/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୬୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୭୩ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୬୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୭୧୭ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗୁରୁବାର ୨୯ ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୭, ବାଲେଶ୍ୱରରୁ ୧୭, ବରଗଡ ୮୧, ଭଦ୍ରକ ୬୬, ବଲାଙ୍ଗୀର ୨୧, ବୌଦ୍ଧ ୮, କଟକ ୧୦୫, ଢେଙ୍କାନାଳ ୨୭, ଗଜପତି ୫୯, ଗଞ୍ଜାମ ୨୬୮, ଜଗତସିଂହପୁର ୧୬, ଯାଜପୁର ୪୧,ଝାରସୁଗଡା ୧୦, କଳାହାଣ୍ଡି ୩୦, କନ୍ଧମାଳ ୭୪, କେନ୍ଦ୍ରାପଡା ୨୭, କେନ୍ଦୁଝର ୫୬, ଖୋର୍ଦ୍ଧା ୨୨୦, କୋରାପୁଟ ୪୧, ମାଲକାନଗିରି ୭୨, ମୟୁରଭଞ୍ଜ ୨୪, ନବରଙ୍ଗପୁର ୧୬, ନୟାଗଡ ୨୫,ନୂଆପଡା ୩, ପୁରୀ ୬୭, ରାୟଗଡା ୧୯, ସମ୍ବଲପୁର ୧୦୧, ସୋନପୁର ୧୦ ଓ ସୁନ୍ଦଗଡ଼ରୁ ୧୭୮ ଜଣ ଅଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୬ ଲକ୍ଷ ୫୯୧ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୪୦ ହଜାର ୭୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୫ ହଜାର ୭୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୩୫ ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ  ହୋଇଛି ଏବଂ ୪୪ ଜଣ ଅନ୍ୟରୋଗ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪ ହଜାର ୭୦୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ସେହିପରି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ (୫୨,୪୦,୫୫ପୁ,), ସୁନ୍ଦରଗଡ ଜିଲ୍ଲାରୁ ୨ଜଣ (୨୮ସ୍ତ୍ରୀ ଓ ୫୪ପୁ),ନୟାଗଡ଼ ଜିଲ୍ଲାରୁ ୩୯ ବର୍ଷୀୟ ପୁରୁଷ, କନ୍ଧମାଳ ଜିଲ୍ଲାରୁ ଜଣେ ୬୧ ବର୍ଷୀୟ ପୁରୁଷ,ଭଦ୍ରକ ଜିଲ୍ଲାରୁ ଜଣେ ୫୩ ବର୍ଷୀୟ ମହିଳା ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ୫୨ ବର୍ଷୀୟ ପୁରୁଷ ରହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.