banner
Breaking

ରାଜ୍ୟରେ ଆଜି ପୁଣି ୧୩୩୭ ପଜିଟିଭ ଚିହ୍ନଟ ଓ ୯ ମୃତ।

0

ଭୁବନେଶ୍ଵର,୫/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୩୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୧୫ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୨୨ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୦୧୮ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବୁଧବାର ୨୮ ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୪, ବାଲେଶ୍ୱରରୁ ୩୧, ବରଗଡ ୧୪, ଭଦ୍ରକ ୨୨, ବଲାଙ୍ଗୀର ୧୧, ବୌଦ୍ଧ ୧, କଟକ ୧୬୮, ଢେଙ୍କାନାଳ ୫, ଗଜପତି ୭୫, ଗଞ୍ଜାମ ୨୦୧, ଜଗତସିଂହପୁର ୨୧, ଯାଜପୁର ୨୪,ଝାରସୁଗଡା ୧୦, କଳାହାଣ୍ଡି ୧୩, କନ୍ଧମାଳ ୨୦, କେନ୍ଦ୍ରାପଡା ୩୭, କେନ୍ଦୁଝର ୮୦, ଖୋର୍ଦ୍ଧା ୧୯୬, କୋରାପୁଟ ୩୧, ମାଲକାନଗିରି ୩୮, ମୟୁରଭଞ୍ଜ ୧୫, ନବରଙ୍ଗପୁର ୭, ନୟାଗଡ ୬୦, ପୁରୀ ୭୩, ରାୟଗଡା ୨୨, ସମ୍ବଲପୁର ୭୨, ସୋନପୁର ୩ ଓ ସୁନ୍ଦଗଡ଼ରୁ ୮୩ ଜଣ ଅଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା  ୫ ଲକ୍ଷ ୮୫ ହଜାର ୫୦୫ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୩୯ ହଜାର ୦୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୪ ହଜାର ୪୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨୫ ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ  ହୋଇଛି ଏବଂ ୪୪ ଜଣ ଅନ୍ୟରୋଗ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪ ହଜାର ୨୬୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ସେହିପରି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫ ଜଣ (୪୨,୫୯,୫୩,୬୩ପୁ, ୫୨ସ୍ତ୍ରୀ), ସୁନ୍ଦରଗଡ ଜିଲ୍ଲାରୁ ଜଣେ ୫୫ ବର୍ଷୀୟ ପୁରୁଷ, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ୬୦ ବର୍ଷୀୟ ମହିଳା,ଗଜପତି ଜିଲ୍ଲାରୁ ଜଣେ ୨୭ ବର୍ଷୀୟ ପୁରୁଷ ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ୨୧ ବର୍ଷୀୟ ପୁରୁଷ ରହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.