banner
Breaking

ରାଜ୍ୟରେ ଆଜି ପୁଣି ୧୩୮୪ ଆକ୍ରାନ୍ତ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ଵର ,୩/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୭୩ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୧୧ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ୨୬ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ
ଗଞ୍ଜାମରୁ ସର୍ବାଧିକ ୩୩୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୧ ଏବଂ କୋରାପୁଟରୁ ୯୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୩, ବାଲେଶ୍ୱର ୭୯,ବରଗଡ଼ ୩୩, ଭଦ୍ରକ ୨୫, ବଲାଙ୍ଗୀର ୫୧, କଟକ ୮୯, ଢେଙ୍କାନାଳ ୧୧, ଗଜପତି ୬୧, ଜଗତସିଂହପୁର ୨୨, ଯାଜପୁର ୧୮, ଝାରସୁଗୁଡ଼ା ୭, କଳାହାଣ୍ଡି ୪, କେନ୍ଦ୍ରାପଡ଼ା ୧୧, ସମ୍ବଲପୁର ୯୩, ମାଲକାନଗିରି ୩୯, ମୟୂରଭଞ୍ଜ ୨୯, ନବରଙ୍ଗପୁର ୨୬, ନୟାଗଡ଼ ୨୨, ନୂଆପଡ଼ା ୫, ପୁରୀ ୧୭, ରାୟଗଡ଼ା ୩୮, ସୋନପୁର ୬ ଏବଂ ସୁନ୍ଦରଗଡ଼ରରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୫ ଲକ୍ଷ ୫୬ ହଜାର ୫୮୮ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୩୬ ହଜାର ୨୯୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୧ ହଜାର ୯୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୭ ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ  ହୋଇଛି ଏବଂ ୪୦ ଜଣ ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୦୯୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ସେହିପରି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ ଜଣ (୪୮,୫୪,୪୮ପୁ, ୫୪ ସ୍ତ୍ରୀ),ରାୟଗଡ଼ାରୁ ୩ ଜଣ(୭୦,୬୪,୬୧ପୁ)ଖୋର୍ଦ୍ଧାରୁ ୬୩ ବର୍ଷୀୟ ପୁରୁଷ, ଗଜପତି ଜିଲ୍ଲାରୁ ଜଣେ ୩୪ ବର୍ଷୀୟ ପୁରୁଷ, ଏବଂ କଳାହାଣ୍ଡି ଜିଲ୍ଲାରୁ ଜଣେ ୬୬ ବର୍ଷୀୟ ପୁରୁଷ ରହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.