banner
Breaking

ଦେଶରେ ଆଜି ସର୍ବାଧିକ ଆରୋଗ୍ୟ।

0

ନୂଆଦିଲ୍ଲୀ,୨/୮(ବ୍ୟୁରୋ):ଦେଶରେ ଆଜି ରେକର୍ଡ ସଂଖ୍ୟକ ୫୧ ହଜାର ୨୫୫ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ଦେଶରେ କରୋନା ବ୍ୟାପିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ଏହା ସର୍ବାଧିକ। ଏହା ଫଳରେ ଆରୋଗ୍ୟ ହାର ୬୫ ଦଶମିକ ୪୩ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ହାର ମଧ୍ୟ ଆହୁରି ହ୍ରାସ ପାଇ ୨ ଦଶମିକ ୧୩ ପ୍ରତିଶତରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ ଆଜି ପର୍ଯ୍ୟନ୍ତ ମୋଟ୍‍ ୧୧ଲକ୍ଷ ୪୫ହଜାର ୬୨୯ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିସାରିଛନ୍ତି।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୪ ହଜାର ୭୩୫ଟି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷ ୫୦ ହଜାର ୭୨୩ରେ ପହଞ୍ଚିଛି। ଏବେ ଦେଶରେ ୫ଲକ୍ଷ ୬୭ ହଜାର ୭୩୦ ଜଣ ସକ୍ରିୟ ସଂକ୍ରମିତ ବ୍ୟକ୍ତି ଅଛନ୍ତି। ସେହିପରି ଗୋଟିଏ ଦିନରେ ଆଉ ୮୫୩ ଜଣ ପ୍ରାଣ ହରାଇଥିବା ବେଳେ ଦେଶବ୍ୟାପୀ ମୃତକଙ୍କ ସଂଖ୍ୟା ୩୭ ହଜାର ୩୬୪କୁ ବୃଦ୍ଧି ପାଇଛି।
ଇତି ମଧ୍ୟରେ ଭାରତୀୟ ଭେଷଜ ଗବେଷଣା ପରିଷଦ କହିଛି ଗତ ୨୪ ଘଣ୍ଟା ଭିତରେ ଦେଶର ବିଭିନ୍ନ ପରୀକ୍ଷାଗାରରେ ୪ଲକ୍ଷ ୬୩ ହଜାର ୧୭୨ଟି ନମୂନାର ପରୀକ୍ଷଣ କରାଯାଇଛି। ଏ ପର୍ଯ୍ୟନ୍ତ ଦେଶରେ ୧ କୋଟି ୫୮ ଲକ୍ଷ ୨୧ ହଜାର ୮୩୧ଟି ନମୂନାର ପରୀକ୍ଷା କରାଯାଇଛି। ଏବେ ଦେଶରେ ମୋଟ୍‍ ୧ ହଜାର ୩୪୪ଟି ପରୀକ୍ଷାଗାରରେ ନମୂନା ପରୀକ୍ଷା ହେଉଥିବା ବେଳେ ସେଥିମଧ୍ୟରେ ୯୧୩ଟି ସରକାରୀ ଓ ୪୩୧ଟି ଘରୋଇ ପରୀକ୍ଷାଗାର ରହିଛି।

Khansweb Solution Bhubaneswar

Leave A Reply

Your email address will not be published.