ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଛି ୫ ପ୍ରକାର କରୋନା ଭୂତାଣୁ। ସେଗୁଡ଼ିକ ହେଲା ୧୯ଏ, ୧୯ବି, ୨୦ଏ, ୨୦ବି, ୨୦ସି। ସବୁଠାରୁ ଅଧିକ ୨୦ଏ, ୨୦ବି ଭାଇରସ୍ ଠାବ ହୋଇଛି। ଏନେଇ ଆର୍ଏମ୍ଆର୍ସି ଓ ଆଇଏଲ୍ଏସ୍ ପକ୍ଷରୁ ଶନିବାର କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଓଡ଼ିଶାରେ ୨୨୫ ନମୁନା ସଂଗ୍ରହ କରାଯାଇ ଗବେଷଣା କରାଯାଇଛି। ଗୁଜରାଟ, ଦିଲ୍ଲୀ, ତାମିଲନାଡ଼ୁ ଆଦି ୧୩ ରାଜ୍ୟରୁ ୧୮ ଜିଲାକୁ ଫେରିଥିବା ପ୍ରବାସୀଙ୍କୁ ନେଇ ଗବେଷଣା କରାଯାଇଥିଲା। ଜେନୋମିକ ଷ୍ଟଡି ପରେ ୫ ପ୍ରକାର କରୋନା ଭାଇରସ ମିଳିଛି। ଭାଇରସ ମିଳିବା ପରେ ଭ୍ୟାକ୍ସିନ(ଟିକା) ପାଇଁ ସୁବିଧା ହେବ। ତେବେ ଗୋଟିଏ ପ୍ରକାର ଭ୍ୟାକ୍ସିନରେ ହେବ, ନା ଅଲଗା ଦରକାର ତାହା ଦେଖିବାକୁ ପଡ଼ିବ। ଏପରିକି ଏହି ୫ ପ୍ରକାର ଭାଇରସ୍ ପାଇଁ ୫ ପ୍ରକାର ଭ୍ୟାକ୍ସିନ ନା ଗୋଟିଏରେ ହେବ ତାହା ଦେଖାଯିବ। ଏହାଛଡ଼ା ଜୁଲାଇ ପରଠାରୁ ରାଜ୍ୟରେ ସଂକ୍ରମଣ ନେଇ ପୁଣି ଷ୍ଟଡି କରାଯିବ।




