banner
Breaking

ରାଜ୍ୟରେ ଆଜି ପୁଣି ୧୪୯୯ ପଜିଟିଭ ଚିହ୍ନଟ ଓ ୮ ମୃତ।

0

ଭୁବନେଶ୍ୱର,୩୧ା୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୪୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୫୮୫ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ୨୯ଟି ଜିଲ୍ଲାରୁ ଚିହ୍ନଟ ୧୪୯୯ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୬୮ଜଣ, ଖୋର୍ଦ୍ଧାରୁ ୨୧୪, ଗଜପତିରୁ ୯୭, ଢ଼େଙ୍କାନାଳରୁ ୯୨, କୋରାପୁଟରୁ ୮୧, ସୁନ୍ଦରଗଡ଼ରୁ ୭୫, ନୟାଗଡ଼ରୁ ୬୭, ସମ୍ବଲପୁରରୁ ୫୬, କନ୍ଧମାଳରୁ ୫୦, କଳାହାଣ୍ଡିରୁ ୪୪, ରାୟଗଡ଼ାରୁ ୪୦, ବାଲେଶ୍ୱରରୁ ୩୭, ପୁରୀରୁ ୩୬, ନବରଙ୍ଗପୁରରୁ ୩୩, କଟକରୁ ୨୮, ମାଲକାନଗିରିରୁ ୨୬, ଅନୁଗୁଳରୁ ୨୫, ବଲାଙ୍ଗୀରରୁ ୧୯, ଯାଜପୁରରୁ ୧୯, କେନ୍ଦୁଝରରୁ ୧୬,ଜଗତସିଂହପୁରରୁ ୧୫, କେନ୍ଦ୍ରାପଡ଼ାରୁ ୧୪, ମୟୁରଭଞ୍ଜରୁ ୧୩, ବରଗଡ଼ରୁ ୧୦, ନୂଆପଡ଼ାରୁ ୯, ଝାରସୁଗୁଡ଼ାରୁ ୭, ସୋନପୁରରୁ ୫, ଦେବଗଡ଼ରୁ ୨, ଭଦ୍ରକରୁ ଜଣେ ଅଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫,୧୪,୫୭୩ଟି ନମୁନା ପରୀକ୍ଷା ହୋଇଛି। ସେଥିରୁ ମୋଟ୍ ୩୧,୮୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧,୯୧୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୯ହଜାର ୭୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେହିପରି ରାଜ୍ୟରେ ଆଉ ୮ ଜଣଙ୍କର ଜୀବନ ନେଇଛି କରୋନା। ଆଜି ମୃତ୍ୟୁ ବରଣ କରିଥିବା ୮ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଛି । ଆଜି ମୃତ୍ୟୁ ବରଣ କରିଥିବା ୮ ମୃତକଙ୍କ ମଧ୍ୟରୁ ଗଞ୍ଜାମରେ ୪ , ଖୋର୍ଦ୍ଧାରେ ,ନୟାଗଡ଼ ,ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.