banner
Breaking

କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାର ପିଛା ୧୫ ଲକ୍ଷ ମଂଜୁର କଲେ ମୁଖ୍ୟମନ୍ତ୍ରୀ

0

ଭୁୁବନେଶ୍ୱର,୩୦/୭(ଓଡ଼ିଆ ନ୍ୟୁଜ): କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ୧୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାକୁ କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟର ଦୁଇ ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଆଜି ମଂଜୁର କରିଛନ୍ତି ।
ମୃତ ସାମ୍ବାଦିକମାନେ ହେଲେ ଗଞ୍ଜାମ ଜିଲ୍ଲାରେ ସମାଜ ପ୍ରତିନିଧି ସ୍ୱର୍ଗତଃ ପ୍ରିୟଦର୍ଶୀ ପଟ୍ଟନାୟକ ଏବଂ ଗଜପତି ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ(ନିଉଜ୍ ଟୁଡ଼େ) ସ୍ୱର୍ଗତଃ କେ.ସିଏଚ.ରତ୍ନମ୍ । କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ମଂଜୁର ସମ୍ପର୍କରେ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ମାନସ ମଙ୍ଗରାଜ ଟ୍ୱିଟ୍ କରିଛନ୍ତି । ମୃତ ସାମ୍ବାଦିକଙ୍କ ପରିବାରକୁ ଏହି ସହାୟତା ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.