banner
Breaking

୪ ଆକ୍ରାନ୍ତଙ୍କ ଗ୍ରସ୍ତ ବିବରଣୀ।

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

0

ଭୁବନେଶ୍ୱର,୧୩/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଚିହ୍ନଟ ହୋଇଥିବାଚାରି ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସମ୍ପର୍କରେ ଜଣାପଡ଼ିଛି । ୫୧ନମ୍ବର ଆକ୍ରାନ୍ତଙ୍କ ବୟସ ୬୭ବର୍ଷ । ତାଙ୍କ ଘର ସୁନ୍ଦରଗଡ଼ ବିସ୍ରା ଅଞ୍ଚଳରେ । ସେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି । ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୫ତାରିଖଷର ଉକ୍ରଳ ଏକ୍ସପ୍ରେସ ଟ୍ରେନ ନଂ ୧୮୪୭୭ରେ ରାଉରକେଲା ଛାଡ଼ିଥିଲେ । ମାର୍ଚ୍ଚ ୬ରୁ ୧୦ ଯାଏଁ ଦିଲ୍ଲୀ ନିଜାମୁଦ୍ଦିନକୁ ଯାଇଥିଲେ । ୧୦ମାର୍ଚ୍ଚରେ ନିଜାମୁଦ୍ଦିନରୁ ବିଳାସପୁର ସମ୍ପର୍କୀୟଙ୍କ ଘରୁ ଫେରିଥିଲେ । ୧୧ମାର୍ଚ୍ଚରେ ରାଉରକେଲାରେ ପହଞ୍ଚି ଅଟୋରେ ବିସ୍ରା ଯାଇଥିଲେ ।

ମାର୍ଚ୍ଚ ୧୨ରୁ ୨ ଏପ୍ରିଲ ଯାଏ ହୋମ କ୍ୱାରେଣ୍ଟାଇନରେ ଥିଲେ । ୨ ଏପ୍ରିଲରୁ ୧୧ ଏପ୍ରିଲ ସରକାରୀ କ୍ୱାରେଣ୍ଟାଇନରେ ରହିଥିଲେ । ୧୧ ଏପ୍ରିଲ ଅର୍ଥାତ ଗତକାଲି ତାଙ୍କର ନମୂନା ପଜିଟିଭି ଆସିଥିଲା । ତାଙ୍କୁ ଗତକାଲି ହିଁ ରାଉରକେଲା କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।

ସେହିପରି ୫୨ନମ୍ବର ଆକ୍ରାନ୍ତ ଯୁବକ ଜଣଙ୍କୁ ୧୮ବର୍ଷ । ସେହି ଯୁବକ ଜଣଙ୍କ ନିଜ।।ମୁଦ୍ଦିନ ଫେରନ୍ତା ସଂସ୍ପର୍ଶରେ ଆସିଥିଲେ ସେହିଦିନ ହିଁ ଯାଜପୁର ଚାରିନଙ୍ଗଳରୁ ବସ ଯୋଗେ ରାଉରକେଲା ଯାଇଥିଲେ । ୧୧ରେ ରାଉରକେଲାରୁ ଅଟୋରେ ବିସ୍ରା ଯାଇଥିଲେ ।
୫୩ନମ୍ବର ଆକ୍ରାନ୍ତ ଜଣଙ୍କୁ୪୬ବର୍ଷ । ସେ ମାର୍ଚ୍ଚ ୨୫ରୁ ୩ ଏପ୍ରିଲ ଯାଏଁ ବାଙ୍କୁଆଳ, କେଶୁରା, ସହିଦନଗରରେ ରହିଥିଲେ । ଏପ୍ରିଲ ୪ରୁ ଏପ୍ରିଲ ୬ପର୍ଯ୍ୟନ୍ତ ଏମ୍ସରେ ରେ ଚିକିତ୍ସିତ ହେଉଥିବା ଆଟେଣ୍ଡାଣ୍ଟ ଥିଲେ । ପରେ ତାଙ୍କ ଦେହ ଅସୁସ୍ଥ ହେବାରୁଏପ୍ରିଲ ୭ରୁ ୧୦ କ୍ୱାରେଣ୍ଟାଇନରେ ରହିଥିଲେ । ୧୧ରେ ନମୁନା ପଜିଟିଭ୍ ଆସିବା ପରେ କିମ୍ସ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି ।

୫୪ ନମ୍ବର ଆକ୍ରାନ୍ତଙ୍କ ଯୁବତୀ ବୟସ ୧୭ବର୍ଷ । ସେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର । ସେ ୨୯ମାର୍ଚ୍ଚରେ ଯୁବତୀ ଜଣଙ୍କ ଆମ୍ବୁଲାନ୍ସ ଯୋଗେ କଲିକତାରୁ ଭାୟା ବାଲେଶ୍ୱରଏବଂ ଭଦ୍ରକରୁ ଗାଁକୁ ଆସିଥିଲେ । ପରେ ୩୦ମାର୍ଚ୍ଚରୁ ୧୧ଏପ୍ରିଲ ଯାଏଁ ରାଜନଗର ସ୍ଥିତ ଗାଁରେ ହୋମକ୍ୱାରେଣ୍ଟାଇନରେ ଥିଲେ । ଗତକାଲି ନମୁନା ପଜିଟିଭ୍ ଆସିବା ପରେ କଟକ ଅଶ୍ୱିନୀ କୋଭିଡ଼ ହସ୍ପିଟାଲକୁ ସେ ସ୍ଥାନାନ୍ତର ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.