banner
Breaking

ରାଜ୍ୟରେ ଆଜି ପୁଣି ୧୨୦୩ ପଜିଟିଭ ଚିହ୍ନଟ ଓ ୧୦ ମୃତ।

0

ଭୁବନେଶ୍ୱର,୩୦/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୨୦୩ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୫୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଥିବା ବେଳେ ୪୪୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୩୭୮କୁ ବୃଦ୍ଧି କରିଛି ।  ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ୨୮ ଟି ଜିଲ୍ଲାରୁ ଚିହ୍ନଟ ୧୨୦୩ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୫୦ ଜଣ ରହିଥିବା ବେଳେ ଖୋର୍ଦ୍ଧା ଜିଲାରୁ ୨୨୦ ଜଣ ରହିଛନ୍ତି । ସେହିପରି ଅନୁଗୁଳରୁ ୧୫, ବାଲେଶ୍ୱରରୁ ୨୦,ବରଗଡ଼ରୁ ୧୨ଜଣ, ଭଦ୍ରକରୁ ୫୩ ଜଣ, ବଲାଙ୍ଗୀରରୁ ୬ ଜଣ, ବୌଦ୍ଧରୁ ୩ ଜଣ, କଟକରୁ  ୯୭ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୩ , ଗଜପତିରୁ ୭୨,  ଜଗତସିଂହପୁରରୁ ୮ ଜଣ, ଯାଜପୁରରୁ ୪୬ ଜଣ, କଳାହାଣ୍ଡିରୁ ୪ ଜଣ, କନ୍ଧମାଳଚ ୧୪ ଜଣ, କେନ୍ଦ୍ରାପଡ଼ାଚ ୧୪ଜଣ, କେନ୍ଦୁଝରଚ ୧୧ଜଣ, , କୋରାପୁଟରୁ ୬୬ଜଣ, ମାଲକାନଗିରିରୁ ୬୫ଜଣ, ମୟୁରଭଞ୍ଜ ରୁ ୧୬ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୨୪ଜଣ, ପୁରୀରୁ ୯ଜଣ, ରାୟଗଡ଼ା ରୁ ୪୫ଜଣ, ସମ୍ବଲପୁର ରୁ୪୦ଜଣ , ସୋନପୁରରୁ ୪ଜଣ, ସୁନ୍ଦରଗଡରୁ ୭୪ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫,୦୦,୨୩୮ଟି ନମୁନା ପରୀକ୍ଷା ହୋଇଛି। ସେଥିରୁ ମୋଟ୍ ୩୦,୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧,୨୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୮ହଜାର ୯୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୫୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

ସେହିପରି ରାଜ୍ୟରେ ଆଉ ୧୦ ଜଣଙ୍କର ଜୀବନ ନେଇଛି କରୋନା। ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬୯ରେ ପହଞ୍ଚିଛି । ଆଜି ମୃତ୍ୟୁ ବରଣ କରିଥିବା ୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରେ ୪ , ଖୋର୍ଦ୍ଧାରେ ୨ ,ନୟାଗଡ଼, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.