banner
Breaking

ରାଜ୍ୟରେ ଆଜି ପୁଣି ୧୨୧୫ ପଜିଟିଭ ଚିହ୍ନଟ ଓ ୭ ମୃତ।

0

ଭୁବନେଶ୍ଵର,୨୮/୭(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୨୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫୩ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇ ଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୪୬୨ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ୨୮ଟି ଜିଲାରୁ ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରେ ସର୍ବାଧିକ ୩୩୨ ପଜିଟିଭ୍‌ ବାହାରି ଥିବାବେଳେ ଖୋର୍ଦ୍ଧାରୁ ୨ୟ ସର୍ବାଧିକ ୩୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲାରୁ ୧୧, ବାଲେଶ୍ଵର ୨୯, ବରଗଡ଼ ୧୦, ଭଦ୍ରକ ୨, ବଲାଙ୍ଗିର ୨୧, ବୌଦ୍ଧ ୨,  କଟକ ୬୦, ଦେବଗଡ଼ ୧ ଓ ଢେଙ୍କାନାଳରୁ ୧ ଲେଖାଏ, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୨ ଲେଖାଏ, ଗଜପତି ୮୯,ଜଗତସିଂହପୁର ଜିଲାରୁ ୪୭ ଜଣ, ଯାଜପୁର ଜିଲାରୁ ୨୦, କଳାହାଣ୍ଡିରୁ ୮, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୧୪ ଲେଖାଏ, କନ୍ଦେୁଝରରୁ ୭୭, ମୟୂରଭଞ୍ଜରୁ ୨୨, ନୟାଗଡ଼ରୁ ୭, ନୂଆପଡ଼ାରୁ ୮, ପୁରୀରୁ ୧୧ ଏବଂ ରାୟଗଡ଼ାରୁ ୨୪ ଜଣ ଆକ୍ରାନ୍ତ ରହିଛନ୍ତି।

ରାଜ୍ୟରେ ପୁଣି ୭ ଜଣଙ୍କ ଜୀବନ ନେଇଛି କୋରୋନା। ଏହାକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି ବୃଦ୍ଧି ପାଇଛି। ଆଜି ମୃତକଙ୍କ ମଧ୍ୟରେ ଗଞ୍ଜାମର ୫୬, ୫୫ ଓ ୩୯ ବର୍ଷୀୟ ପୁରୁଷ,ରାୟଗଡ଼ାର ୭୨ ଓ ୩୧ ବର୍ଷୀୟ ପୁରୁଷ,କଟକର ୪୫ ବର୍ଷୀୟ ପୁରୁଷ,ଭୁବନେଶ୍ବରର ୫ ବର୍ଷର ଶିଶୁ ଅଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪,୭୬,୫୬୦ ଟି ନମୁନା ପରୀକ୍ଷା ହୋଇଛି। ସେଥିରୁ ମୋଟ ୨୮,୧୦୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭,୩୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦,୫୪୫ଆକ୍ଟିଭ୍‌ କେସ୍‌ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.