banner
Breaking

ରାଜ୍ୟରେ ଆଜି ପୁଣି ୧୫୦୩ ପଜିଟିଭ ଚିହ୍ନଟ ଓ ୭ ମୃତ।

0

ଭୁବନେଶ୍ୱର,୨୭/୭(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୫୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୦୦୨ ଜଣ ଚିହ୍ନଟ ହୋଇଥିବାବେଳେ ୫୦୧ ସ୍ଥାନୀୟ ଲୋକ ରହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୮୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୨୮ ଟି ଜିଲ୍ଲାରୁ ଚିହ୍ନଟ ୧୫୦୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୯୧, ଖୋର୍ଦ୍ଧାରୁ ୨୨୩, କଟକରୁ ୧୩୬ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ – ୧, ବାଲେଶ୍ୱର – ୧୯, ବରଗଡ – ୨୩, ଭଦ୍ରକ – ୨୫, ବଲାଙ୍ଗୀର – ୨୧, ବୌଦ୍ଧ – ୧, ଢେଙ୍କାନାଳ – ୩୨, ଗଜପତି – ୭୩, ଜଗତସିଂହପୁର – ୬, ଯାଜପୁର – ୫୧, ଝାରସୁଗୁଡା – ୧୦,କଳାହାଣ୍ଡି-୧୦, କନ୍ଧମାଳ – ୭୩, କେନ୍ଦ୍ରାପଡା – ୯, କେନ୍ଦୁଝର – ୪୩, କୋରାପୁଟ – ୩୪, ମାଲକାନଗିରି – ୩୪, ମୟୂରଭଞ୍ଜ – ୨୮ , ନବରଙ୍ଗପୁର – ୨, ନୟାଗଡ – ୮, ପୁରୀ – ୪, ରାୟଗଡା – ୬୮, ସମ୍ବଲପୁର – ୧୭, ସୋନପୁର – ୪, ସୁନ୍ଦରଗଡ – ୫୭ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ପୁଣି ୭ ମୁଣ୍ଡ ନେଇଛି କରୋନା। ସୋମବାର ୭ କୋଭିଡ ପଜିଟିଭ୍‌ ରୋଗୀଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରୁ ସୁନ୍ଦରଗଡର ୬୩ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ୫୫ ଓ ୫୮ ବର୍ଷୀୟ ବ୍ୟକ୍ତି, ୫୧ ବର୍ଷୀୟ ମହିଳା,କଟକର ୬୬ ବର୍ଷୀୟ ବ୍ୟକ୍ତି, ମାଲକାନଗିରିର ଜଣେ ୫୧ ବର୍ଷୀୟ ବ୍ୟକ୍ତି, ଭୁବନେଶ୍ୱରର ୪୫ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୭ କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪,୬୭,୪୪୭ଟି ନମୁନା ପରୀକ୍ଷା ହୋଇଛି। ସେଥିରୁ ମୋଟ ୨୬,୮୯୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୭୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୯୧୯ ଆକ୍ଟିଭ୍‌ କେସ୍‌ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.