banner
Breaking

ରାଜ୍ୟରେ ଆଜି ୧୩୭୬ ପଜିଟିଭ ଚିହ୍ନଟ। ପୁଣି ୧୦ ମୃତ।

0

ଭୁବନେଶ୍ୱର,୨୬।୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୩୭୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୧୭ ଜଣ ସ°ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୫୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫,୩୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରବିବାର ୩୦ ଜିଲାରୁ ଚିହ୍ନଟ ମୋଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ ୫, ବାଲେଶ୍ୱରର ୨୯, ବରଗଡ଼ର ୭, ଭଦ୍ରକର ୧୦, ବଲାଙ୍ଗୀରର ୧୯, ବୈାଦ୍ଧରୁ ୮, କଟକରୁ ୭୫, ଦେବଗଡ଼ର ୧୧, ଢେଙ୍କାନାଳର ୧୫, ଗଜପତିର ୭୪, ଗଞ୍ଜାମରୁ ୪୮୪, ଜଗତସିଂହପୁରରୁ ୧୧, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୧୦୩, ଖୋର୍ଦ୍ଧାରୁ ୧୮୭, କୋରାପୁଟରୁ ୭, ମାଲକାନଗିରିରୁ ୧୫, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୧, ନୟାଗଡ଼ରୁ ୩୦, ନୂଆପଡ଼ାର ୪, ପୁରୀରୁ ୯୧, ରାୟଗଡ଼ାର ୪୫, ସମ୍ବଲପୁରରୁ ୧୭, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୩୩ଜଣ ଅଛନ୍ତି।
ରାଜ୍ୟରେ ପୁଣି ୧୦ ମୁଣ୍ଡ ନେଇଛି କରୋନା। ରବିବାର ମଧ୍ୟ ୧୦ କୋଭିଡ ପଜିଟିଭ୍‌ ରୋଗୀଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରୁ ଗଜପତି ଜିଲାର ୬୩ ବର୍ଷୀୟ ବୃଦ୍ଧ, ଗଞ୍ଜାମର ୫୫ ବର୍ଷୀୟ ବ୍ୟକ୍ତି, ୬୦ ବର୍ଷୀୟ ବୃଦ୍ଧ, ୬୪ ବର୍ଷୀୟ ବୃଦ୍ଧ, ୬୦ ବର୍ଷୀୟ ବୃଦ୍ଧ, ୫୧ ବର୍ଷୀୟ ମହିଳା, ଖୋର୍ଦ୍ଧାର ୩୫ ବର୍ଷୀୟ ବ୍ୟକ୍ତି, ସୁନ୍ଦରଗଡ଼ର ଜଣେ ୬୯ ବର୍ଷୀୟ ବ୍ୟକ୍ତି, ଭୁବନେଶ୍ୱରର ୫୮ ବର୍ଷୀୟ ମହିଳାଙ୍କ କରୋନାରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୦ କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪,୫୮,୧୨୦ଟି ନମୁନା ପରୀକ୍ଷା ହୋଇଛି। ସେଥିରୁ ମୋଟ ୨୫,୩୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫,୯୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୨୮୭ ଆକ୍ଟିଭ୍‌ କେସ୍‌ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.