banner
Breaking

ରାଜ୍ୟରେ ଆଜି ଲୋକାଲ୍ ୫୨୭ ଚିହ୍ନଟ। ମୋଟ ୧୫୯୪ ପଜିଟିଭ ଚିହ୍ନଟ ଓ ୬ ମୃତ।

0

ଭୁବନେଶ୍ୱର, ୨୪ା୭(ଓଡ଼ିଆ ନ୍ୟୁଜ): ଓଡିଶାରେ କରୋନା ଆକ୍ରାନ୍ତଙ୍କ ସ°ଖ୍ୟା ବଢିବଢି ଚାଲିଛି। ରାଜ୍ୟରେ ଆଜି ସର୍ବାଧିକ ୧୫୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୬୯୩ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୧୫୯୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୬୭ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୨୭ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୨୮ ଜିଲ୍ଲାରୁ ଚିହ୍ନଟ ୧୫୯୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୭୩୨, ଖୋର୍ଦ୍ଧାରୁ ୩୨୦, କଟକ ୧୩୬, ଭଦ୍ରକ ୬୦,ସୁନ୍ଦରଗଡ ୫୬,ବୌଦ୍ଧ ୪୧,କୋରାପୁଟ ୩୩,ମୟୂରଭଞ୍ଜ ୩୨, ପୁରୀ ୩୦, ସେହିପରି ଅନୁଗୋଳରୁ ୧୦, ବାଲେଶ୍ୱର ୨୨, ବରଗଡ଼ ୮, ବଲାଙ୍ଗୀର ୬, ଢେଙ୍କାନାଳ ୨, ଗଜପତି ୩, ଜଗତସିଂହପୁର ୩, ଯାଜପୁର ୫, ଝାରସୁଗୁଡ଼ା ୮, କଳାହାଣ୍ଡି ୧, କନ୍ଧମାଳ ୧୭, କେନ୍ଦ୍ରାପଡ଼ା ୯, କେନ୍ଦୁଝର ୨୦, ମାଲକାନଗିରି ୯, ନବରଙ୍ଗପୁର ୩, ନୟାଗଡ଼ ୧୦, ନୂଆପଡ଼ା ୧, ସମ୍ବଲପୁର ୧୩, ସୋନପୁର ୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ସେହିପରି କରେନା ପୁଣି ଆଜି ଆଉ ୬ଜଣଙ୍କ ଜୀବନ ନେଇଛି । ମୃତକ ମଧ୍ୟରୁ ଗଞ୍ଜାମରୁ ୩ଜଣ. ଭଦ୍ରକ, ରାୟଗଡା ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ମୃତକଙ୍କ ବୟସ ୪୪, ୭୧, ୫୩, ୫୯ ,୫୦ ଓ ୬୦, ବର୍ଷିୟ ଆକ୍ରାନ୍ତ ଅଛନ୍ତି । ଏମାନେ କରୋନା ବ୍ୟତୀତ ଡାଇବେଟିସ, ରକ୍ତଚାପ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଏମାନେ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ସେହିପରି ଅନ୍ୟ କାରଣରୁ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଅନ୍ୟକାରଣରୁ ୩୩ଜଣଙ୍କର ମୃତ୍ୟୁ ଘଟିଛି । ଏଥିମଧ୍ୟରୁ ଗଞ୍ଜାମରେ କେବଳ ୭୦ ଜଣଙ୍କର ମୃତ୍ୟୁ ଘଟିଛି ।
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪ ଲକ୍ଷ ୩୩ ହଜାର ୫୭୮ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ସେଥିରୁ ୨୨,୬୯୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୧୪୮ ଜଣ ଚିକିତ୍ସା ହେଉଥିବା ବେଳେ ୧୪,୩୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.