banner
Breaking

ବେଲଗାମ୍ କରୋନା। ଆଜି ପୁଣି ୧୨୬୪ ପଜିଟିଭ ଚିହ୍ନଟ ଓ ୬ ମୃତ।

0

ଭୁବନେଶ୍ୱର, ୨୩ା୭(ଓଡ଼ିଆ ନ୍ୟୁଜ): ବେଲଗାମ୍ ହେଲାଣି କରୋନା। ଏବେ ଲକଡାଉନକୁ ବି ମାନୁନାହିଁ। କାରଣ ରାଜ୍ୟରେ ଆଜି ପୁଣି ସର୍ବାଧିକ ୧୨୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୪୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪୧୭ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ୨୭ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୪୦, ଖୋର୍ଦ୍ଧାରୁ ୧୩୭, ରାୟଗଡ଼ାରୁ ୮୪, ଗଜପତିରୁ ୭୪, ନୟାଗଡ଼ରୁ ୬୧, ସୁନ୍ଦରଗଡ଼ରୁ ୬୦, କଟକରୁ ୪୭, ଭଦ୍ରକରୁ ୩୦, କନ୍ଧମାଳରୁ ୨୯, କୋରାପୁଟରୁ ୨୭, କେନ୍ଦୁଝରରୁ ୨୫, ବରଗଡ଼ରୁ ୨୪,ପୁରୀରୁ ୨୨, ସମ୍ବଲପୁରରୁ ୨୦, ଯାଜପୁରରୁ ୧୭, ମୟୁରଭଞ୍ଜରୁ ୧୫, ବାଲେଶ୍ୱରରୁ ୯, କେନ୍ଦ୍ରାପଡ଼ାରୁ ୮, ଅନୁଗୁଳରୁ ୭, କଳାହାଣ୍ଡିରୁ ୭, ଢ଼େଙ୍କାନାଳରୁ ୬, ଜଗତସିଂହପୁରରୁ ୪, ନବରଙ୍ଗପୁରରୁ ୪, ଝାରସୁଗୁଡ଼ାରୁ ୩, ବୌଦ୍ଧରୁ ୨, ବଲାଙ୍ଗୀର ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ପୁଣି ୬ଜଣଙ୍କ ଜୀବନ ନେଇଛି କରୋନା। ମୃତକ ମଧ୍ୟରୁ ଗଞ୍ଜାମରୁ ୫ଜଣ ଓ ଖୋର୍ଦ୍ଧାରୁ ଜଣେ ଆକ୍ରାନ୍ତ ଅଛନ୍ତି । ମୃତକଙ୍କ ବୟସ ୮୬, ୫୧ (ମହିଳା), ୬୯, ୫୭, ୪୧, ୬୩ (ପୁରୁଷ) ବର୍ଷିୟ ଆକ୍ରାନ୍ତ ଅଛନ୍ତି । ଏମାନେ କରୋନା ବ୍ୟତୀତ ଡାଇବେଟିସ, ରକ୍ତଚାପ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଏମାନେ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି । ସେହିପରି ଅନ୍ୟ କାରଣରୁ ୩୧ଜଣଙ୍କର ମୃତ୍ୟୁ ଘଟିଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪ଲକ୍ଷ ୨୧ ହଜାର ୯୩୧ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ସେଥିରୁ ସର୍ବମୋଟ ୨୧,୦୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୨୦୫ଜଣ ଚିକିତ୍ସା ହେଉଥିବା ବେଳେ ୧୩,୭୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.