banner
Breaking

ରାଜ୍ୟରେ ଆଜି ପୁଣି ୬୭୩ ପଜିଟିଭ ଚିହ୍ନଟ ଓ ୬ ମୃତ।

0

ଭୁବନେଶ୍ୱର,୨୦।୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୬୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୪୬ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୨୭ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ୨୨ଟି ଜିଲ୍ଲାରୁ ଚିହ୍ନଟ ୬୭୩ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୩୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ଓ ଖୋର୍ଦ୍ଧାରେ ୫୮ ଜଣ ଲେଖାଏଁ, କନ୍ଧମାଳରେ ୪୪, କୋରାପୁଟରେ ୪୧, ଜଗତସିଂପୁରରେ ୩୬, କଟକରେ ୩୨, କେନ୍ଦୁଝରରେ ୨୪, ଯାଜପୁରରେ ୨୮, ବାଲେଶ୍ୱରରେ ୧୩, ବରଗଡରେ ୨୨, ବନୁଗୁଳରେ ୪, ଢେଙ୍ଗାନାଳରେ ୧୦, ଗଜପତିରେ ୧୫, ଝାରସୁଗୁଡାରେ ୧୪, କେନ୍ଦ୍ରାପଡାରେ ୪, ମାଲକାନଗିରିରେ ୪, ମୟୂରଭଞ୍ଜରେ ୧, ନୟାଗଡରେ ୪, ପୁରୀରେ ୪, ସମ୍ବଳପୁରରେ ୩, ସୋନପୁରରେ ୪ ଓ ସୁନ୍ଦରଗଡରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩ ଲକ୍ଷ ୯୩ ହଜାର ୬୦୨ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୮,୧୧୦ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୫୫୩୩ ଜଣ ଚିକିତ୍ସା ହେଉଥିବା ବେଳେ ୧୨,୪୫୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
କରେନା ପୁଣି ଆଜି ଆଉ ୬ଜଣଙ୍କ ଜୀବନ ନେଇଛି । ମୃତକଙ୍କ ମଧ୍ୟରୁ ୫ଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ ଗଜପତି ଜିଲ୍ଲା ବୋଲି ଜଣାପଡିଛି । ଗଞ୍ଜାମ ମୃତକଙ୍କ ମଧ୍ୟରେ ୪୨, ୫୪, ୫୨, ୪୦, ଓ ୭୦ବର୍ଷିୟ ପୁରୁଷ ଓ ଗଜପତିର ଜଣେ ୫୫ବର୍ଷିୟ ଆକ୍ରାନ୍ତ ଅଛନ୍ତି ।ଏମାନେ କରୋନା ବ୍ୟତୀତ ଡାଇବେଟିସ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଏମାନେ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୫୯ରେ ପହଁଚିଛି । ସେହିପରି ଅନ୍ୟ କାରଣରୁ ୨୬ଜଣଙ୍କର ମୃତ୍ୟୁ ଘଟିଛି ।

Khansweb Solution Bhubaneswar

Leave A Reply

Your email address will not be published.