banner
Breaking

ରାଜ୍ୟରେ ପୁଣି ୭୩୬ ପଜିଟିଭ ଚିହ୍ନଟ ଓ ୫ ମୃତ।

0

ଭୁବନେଶ୍ୱର,୧୯/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୭୩୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ହଜାର ୪୩୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୪୮୧ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୨୫୫ଜଣ ସ୍ଥାନୀୟ ଲୋକ ଅଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୨୫ ଜିଲ୍ଲାରୁ ଚିହ୍ନଟ ୭୩୬ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ
ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨୨, ବାଲେଶ୍ୱରରୁ ୩୩, ବରଗଡ଼ ୩, ଭଦ୍ରକ ୫, ବଲାଙ୍ଗୀର ୪, ବୌଦ୍ଧ ୮, କଟକ ୨୭, ଢେଙ୍କାନାଳ ଜଣେ,ଜଗତସିଂହପୁର ୪୦, ଯାଜପୁର ୪୦, କଳାହାଣ୍ଡି ୨, କେନ୍ଦ୍ରାପଡା ୭, କେନ୍ଦୁଝର ଜଣେ, ଖୋର୍ଦ୍ଧା ୧୦୭, କୋରାପୁଟ ୪୫, ମାଲକାଗିଗରି ୧୮, ମୟୁରଭଞ୍ଜ ୧୨, ନବରଙ୍ଗପୁର ଜଣେ, ନୟାଗଡ ୧୦, ପୁରୀ ୧୪, ରାୟଗଡା ୮, ସମ୍ବଲପୁର ୨୫, ଓ ସୁନ୍ଦଗଡ଼ରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩ଲକ୍ଷ ୮୬ ହଜାର ୧୦୨ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୫୩୮୧ଜଣ ଚିକିତ୍ସା ହେଉଥିବା ବେଳେ ୧୧,୯୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୧ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ୨୬ଜଣଙ୍କର ମୃତ୍ୟୁ ଘଟିଛି ।

ସେହିପରି କରେନା ପୁଣି ଆଜି ଆଉ ୫ ମୁଣ୍ଡ ନେଇଛି । ମୃତକଙ୍କ ମଧ୍ୟରୁ ୩ଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ ସୁନ୍ଦରଗଡ଼ ଓ ଜଣେ ଜଗତସିଂପୁରର ବୋଲି ଜଣାପଡିଛି । ଗଞ୍ଜାମ ମୃତକଙ୍କ ମଧ୍ୟରେ ୪୪, ୩୯ ବର୍ଷର ପୁରୁଷ ଓ ଜଣେ ୭୦ବର୍ଷିୟ ମହିଳା ହୋଇଥିବା ବେଳେ ଜଗତସିଂପୁରର ଜଣେ ୬୭ ବର୍ଷିୟ ପୁରୁଷ ଓ ସୁନ୍ଦରଗଡ଼ର ଜଣେ ୪୫ ବର୍ଷିୟା ମହିଳା ଆକ୍ରାନ୍ତ ଅଛନ୍ତି ।ଏମାନେ କରୋନା ବ୍ୟତୀତ ଡାଇବେଟିସ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଏମାନେ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୫୫ରେ ପହଁଚିଛି । ସେହିପରି ଅନ୍ୟ କାରଣରୁ ୨୬ଜଣଙ୍କର ମୃତ୍ୟୁ ଘଟିଛି ।

Khansweb Solution Bhubaneswar

Leave A Reply

Your email address will not be published.